ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପ୍ରକୃତି ଦେଇଛି

ଲେଖା : କୀର୍ତ୍ତନ ସାହୁ

ପ୍ରକୃତି ଦେଇଛି ସକାଳ ସୂରୁଜ
ନରମ କିରଣ ଜ୍ୟୋତି
ସେଇ କିରଣରେ ଭିଜି ଗଲେ ଥରେ
ମିଳଇ ସତେକି ମୋତି ।

ଶାନ୍ତ ପରିବେଶ ଯୋଗାଇ ଦେଉଛି
କାମ କରିବାର ମନ
ଭଲ ମନ ନେଇ କାମ କରିଗଲେ
ମିଳଇ ଅସଲ ଧନ ।

ପ୍ରକୃତି ଦେଇଛି ଟିକି ଝରଣାଟି
ବହେ କୁଳୁ କୁଳୁ ନାଦେ
ସବୁଜିମା ଭରା ଗଛ ଲତା ମଧ୍ୟେ
ପାହାଡ଼ର ପାଦେ ପାଦେ ।

ପରିବେଶ ତାର ଦେଖି ଦେଲେ ଥରେ
ମନ ଆମ ମୋହି ନେବ
ପ୍ରକୃତି କୋଳରେ ମନୋରମ ଦୃଶ୍ୟ
କେତେ ଯେ ଆନନ୍ଦ ଦେବ ।

ପ୍ରକୃତି ଦେଇଛି ପୂର୍ଣ୍ଣମୀ ଜହ୍ନକୁ
ବୁଣିବାକୁ ଜ୍ୟୋତ୍ସ୍ନା ରାଶି
ତାହାରି ଭିତରେ ଖେଳି ବୁଲିବାକୁ
ରାଗ ରୋଷ ମନୁ ନାଶି ।

ସବୁରି ଭିତରେ ଗଛ ସେ ଦେଇଛି
ବଞ୍ଚିବାକୁ ଆମେ ପରା
ଗଛର ଯତନ ନେବା ଯଦି ଆମେ
ହସି ଉଠିବ ଏ ଧରା ।

କେତେ କେତେ ଚିଜ ପ୍ରକୃତି ଦେଇଛି
ସବୁ ଆମ ଭଲ ପାଇଁ
ସେସବୁ ସୁରକ୍ଷା ଆମର ଦାୟିତ୍ବ
ହସି ହସାଇବା ଯାଇ ।

ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂରଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion