ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମଠୁ ସେ କ`ଣ ନିଏ ?

ଲେଖା : ନଗେନ୍ଦ୍ର ନାଥ ପଟ୍ଟନାୟକ

ଅସୀମ ଆକାଶେ ଝିଲିମିଲି ତାରା
ଆମକୁ ଆଲୁଅ ଦିଏ
ଶୀତଳ ଚନ୍ଦନ ପରି ଲାଗେ ତାହା
ଆମଠୁ ସେ କ`ଣ ନିଏ ?
ସୁନୀଳ ଗଗନେ ଜହ୍ନମାମୁ ଉଏଁ
ଶୀତଲତା ତା`ର ଛୁଏଁ
କେଡେ ମନୋରମ କେତେ ଆପଣାର
ଆମଠୁ ସେ କ`ଣ ନିଏ ?
ସୁନାଖରା ବୁଣେ ନଭେ ରବିଅଜା
ଆମକୁ ଜୀବନ ଦିଏ
ସବୁ ଗ୍ରହଙ୍କର ମୁଖିଆ ପରା ସେ
ଆମଠୁ ସେ କ`ଣ ନିଏ ?
ସବୁଜିମା ଭରା ତରୁ ଲତା ଗୁଳ୍ମ
ପ୍ରାଣବାୟୁ ପରା ଦିଏ
ଧରାପରେ ସବୁ ଦିଏରେ ସଜେଇ
ଆମଠୁ ସେ କ`ଣ ନିଏ ?
ଆମର ମଙ୍ଗଳ ସାଧନ ପାଇଁକି
କିଛି ନିଅନ୍ତିନି ଯିଏ
ଖଞ୍ଜିଛନ୍ତି ସବୁ ଏ ବଶ୍ୱ ବ୍ରହ୍ମାଣ୍ଡେ
ଜଗତର ସାଇଁ ସିଏ ।

ଓସ୍କାର ସିଟି,ଲେନ୍ ନଂ ୯,ପ୍ଲଟ ନଂ ୪୫୬
ଲକ୍ଷ୍ମୀସାଗର କେନାଲ ରୋଡ଼,ଭୁବନେଶ୍ୱର
ମୋ -୯୪୩୮୩୩୨୧୩୮

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

03-05-2025 / 07:55:15

କବିତାଟି ଭଲଲାଗିଲା। ଧନ୍ୟବାଦ ନଗି ଭାଇ।

ମିନତି ପଟ୍ଟନାୟକ

01-05-2025 / 09:40:39

ଶିକ୍ଷଣୀୟ ସାର୍ ପ୍ରଣାମ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion