ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଫୁଟି ବି ଫୁଲଟି ପରି

ଲେଖା : ଅନନ୍ତ କୁମାର ସେନାପତି

ଫୁଲଟିଏ ହୋଇ ଫୁଠିବି କାନନେ
ସୁନ୍ଦର ପାଖୁଡା ମେଲି,
ଦେହରେ ମୋହର ସୂରୁଜ କିରଣ
ନାନା ରଙ୍ଗ ଦେବ ତୋଳି ।

ସମୀର ପରଶେ ଝୁଲି ଝୁଲି ମୁହି
ଛୁଇଁବି ମାଆର କୋଳ,
ଯେଉଁଠି ମିଳଇ ସିନେହ, ଶରଧା
କୋଟି ମମତା ର ମୁଲ ।

କାକର,କୁହୁଡି,ବରଷା କି ଝଡି
ସବୁ ମୁଁ ପାରିବି ସହି,
ଲଭିବି ଆନନ୍ଦ ମୋ ଟିକି ବାସନା
ଆନକୁ ବିତରି ଦେଇ ।

ଝଡିଯିବି ପଛେ କାହାରି ମନ ରେ
ଦେବି ନାହିଁ କିଛି ଦୁଃଖ,
ଆଦରେ ଯେ ମୋତେ ରଖନ୍ତି ହୃଦରେ
ସେଇ ତ ସରଗ ସୁଖ ।

ଜାଣିନାହିଁ ଖେଦ ବାଦ ଅପବାଦ
ନାହିଁ ମୋ ଅସନା ମନ,
ସୁନ୍ଦର ଏହି ଧରାଟି ମୋ ପାଇଁ
ଦେଇଛି ଦିବ୍ୟ ପରାଣ ।

ଗଢିଛନ୍ତି ବିହି ରୂପ ରଙ୍ଗ ଦେଇ
ଅତି ଯତନ ରେ ଆଣି,
ଆନ ଖୁସି ପାଇଁ ଫୁଟିଯିବି ମୁହିଁ
ସଭିଙ୍କୁ ଆପଣା ମଣି ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ

ରଘୁନନ୍ଦନ ମହାପାତ୍ର।

31-05-2025 / 10:10:46

ବହୁତ ସୁନ୍ଦର ହୋଇଛି ଶିଶୁ କବିତା। ଧନ୍ୟବାଦ ଜଣାଉଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion