ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନମେ ମୁହିଁ ବାରବାର

ଲେଖା : କବିଜ୍ୟୋତି ନିରଞ୍ଜନ ପତି

ମାଆ ପରି ଏତେ ଆପଣାର ସତେ
କିଏ ଅଛି ଅବା କାହିଁ,
ଗୋ` ମାତା ଆମ ଜନନୀର ସମ
ତାହାର ତୁଳନା ନାହିଁ।
ଆମରି ମାଆର ମଧୁମୟ କ୍ଷୀର
ପିଇ ଏ ଶରୀର ଗଢା,
ଗୋ ମାତା ଗୋରସ ସତେକି ପୀୟୂଷ
ଦେହ ପାଇଁ ଅତି ଲୋଡା।
ମାଆପରି ଭୂମି ଆମ ଶୁଭକାମୀ
ଯୋଗାଉଛି ଅନ୍ନ ବାସ,
ସେପରି କୃଷକ ଆମରି ପୋଷକ
ଫୁଟାଉଛି ମୁଖେ ହସ।
ଗଛ ସତେ ମାଆ ହେଉଅଛି ସାହା
ଅଭୁଲା ତା` ଉପକାର,
ମାଆ,ଗାଈ, ଚାଷୀ,ଭୂମି ଓ ଗଛକୁ
ନମେ ମୁହିଁ ବାର ବାର।

ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ- ୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion