ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଏପଟରେ ବଣ ସେପଟରେ ବିଲ

ଲେଖା : ଦିଲ୍ଲିପ କୁମାର ସାହୁ

ଏପଟରେ ବଣ ସେପଟରେ ବିଲ
ଆଗରେ ପାହାଡ ଠିଆ
ଏଇଠି ବଢିଲି ଏଇଠି ପଢିଲି
ଏଇ ମୋ ଛୋଟିଆ ଗାଁ ।
ପେଟ ପୋଷିବାକୁ ସହରକୁ ଗଲି
ସହରରେ କଲି ଘର
ସହରକୁ ଯେତେ ନିଜର ଭାବୁଛି
ସହର ସେତିକି ପର ।
ଗାଁରେ ପଛେ ମୁଁ ଥାଏ କି ନଥାଏ
ସମସ୍ତେ ଜାଣନ୍ତି ମୋତେ
ସହରରେ ମେତେ ଚିହ୍ନିପାରନ୍ତିନି
ମୋ ଘର ପଡୋଶୀ ଯେତେ ।
ଚିହ୍ନିଛନ୍ତି ଯିଏ ଜାଣନ୍ତିନି ମୋର
ପ୍ରକୃତ ନାମଟି କେହି
ସାହୁ ବାବୁ ବୋଲି ଡାକନ୍ତି ସେମାନେ
ପରିଚୟ ମୋର ସେହି।
ଗାଁରେ କାହାର ଦାଦା ବଡବାପା
କାହାର ମୁଁ ବଡଭାଇ
ସଭିଏ ଲାଗନ୍ତି ନିଜର ନିଜର
କଥା ନିଏ ମନ ମୋହି ।
ସହରୀ ମଣିଷ ତତଲା ନିଶ୍ୱାସ
ବିଶ୍ୱାସ ରେ ଭରା ବିଷ
ଗାଁ ମଣିଷ ଙ୍କ ଦରଦୀ ହୃଦୟ
ମନଖୋଲା ତାଙ୍କ ହସ ।
ସହରକୁ ଟାଣେ ସ୍ବାର୍ଥ ର ଦଉଡି
ଗାଁ କୁ ମମତା ଡୋର
ଧନ ନୁହେଁ ଏଠି ମନ ବଡ ବୋଲି
ଗାଁ ଲାଗେ ଆପଣାର ।
ସହର ବୁକୁରେ ଅନ୍ଧାର ଠୁ ବେଶି
ଆଲୁଅକୁ ଲାଗେ ଡର
ଅନ୍ଧାରୀ ମୂଲକ ହେଉ ପଛେ ଗାଁ
ମୋ ପାଇଁ ସରଗ ପୁର ।

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-06-2025 / 17:06:30

ସୁନ୍ଦର କଵିତା। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion