ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଗୋଟିଏ ପରିବାର

ଲେଖା : ବିରଞ୍ଚି ନାରାୟଣ ଦାଶ

ଆମେ ସଭିଏଁ ଭାରତବାସୀ
ଗୋଟିଏ ପରିବାର
ହସଖୁସିରେ ଚଳିଲେ ଆମେ
ହସିବ ଏ ସଂସାର।
ମନେ ନରଖି ଜାତି ଧରମ
ହେବାରେ ତାରା,ଶଶୀ
ଭେଦ ଭାବକୁ ଦୂରେଇ ଦେଇ
ରହିବା ମିଳିମିଶି।
ସଭିଏଁ ଆମେ ଭଉଣୀ ଭାଇ
ପୃଥିବୀ ଆମ ମାଆ
କାନ୍ଧରେ କାନ୍ଧ ମିଳାଇ ଭାଇ
ରଖିବା ତାର ନାଆଁ।
ପର ଦୁଃଖରେ ହୋଇବା ଦୁଃଖୀ
କରିବା ଆମେ ଆହା
ଭଲ କାମରେ ଅଣ୍ଟା ଭିଡିଲେ
ଦଇବ ହେବେ ସାହା।
ଗାନ୍ଧିଜୀଙ୍କ ଅହିଂସା ନୀତି
କରିବା ଜପା ମାଳି
ଆମେ ସଭିଏଁ ଫୁଲ ଗଛର
ଗୋଟିଏ ଲେଖାଁ ଡାଳି।

ସମ୍ପାଦକ-ନିର୍ଝରିଣୀ
କଣ୍ଟାବାଞ୍ଜି, ବଲାଙ୍ଗୀର
ମୋ.୯୮୫୩୪୭୩୨୦୪

ଲେଖା ସମ୍ପର୍କୀୟ ମତାମତ

Sanjukta parichha

31-05-2025 / 09:36:40

ପିଲଙ୍କ ପାଇଁ ଭଲ , ଶିକ୍ଷଣୀୟ ଲେଖା । ଶୁଭେଚ୍ଛା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion