ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କିଏ କେମିତି

ଲେଖା : ହରିହର ଶୁକ୍ଳ

ବଇଶାଖୀ ଖରା ଟାଇଁଟାଇଁ,
ଝାଞ୍ଜିବାଆ ପିଟେ ସାଇଁସାଇଁ।

ବରଷା ଝରଇ ଝରଝର,
ଚାଷ ପାଇଁ ଚାଷୀ ତରତର।

ରେଳଗାଡ଼ି ଚାଲେ ଛୁକୁଛୁକୁ,
ବେଙ୍ଗ ଡିଆଁ ମାରେ ଫୁକୁଫୁକୁ।

ହେମାଳ ପବନ ଶିରିଶିରି,
ଫୁଲଝରି ଜଳେ ଝିରିଝିରି।

ତେଲ ବିନା ବାଳ ଫୁରୁଫୁରୁ,
ଶୀତଦିନେ ଅଜା ଥୁରୁଥୁରୁ।

ଆକାଶରେ ତାରା ମିଟିମିଟି,
କଳିଆ କରଇ ଖିଟିଖିଟି।

ଶିଶୁ ହସିଦିଏ ଫିକିଫିକି,
ହସ ତା`ର ଦିଶେ ଚିକିଚିକି।

ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

31-05-2025 / 11:00:16

ସୁନ୍ଦର ଉପସ୍ଥାପନା। ଧନ୍ୟବାଦ।

ଡ. ବିଜୟା ପାତ୍ର

31-05-2025 / 10:50:34

ଖୁବ୍ ସୁନ୍ଦର। ସରଳ ଭାଷାର ଛଟା। ଧନ୍ଯବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion