ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବାଘ ମାମୁଁ ଗଲା ସହର

ଲେଖା : ଅଶୋକ କୁମାର ସେଠୀ

ବାଘ ମାମୁଁ ଗଲା ସହର
ବାଘ ମାମୁଁ ଦିନେ କଲା ବିଚାର
ଜଙ୍ଗଲ ରେ ନାହିଁ ଭଲ ଆହାର
ଆହାର ମିଳିବ ଗଲେ ସହର
କାଉକୁ ପଠାଇ ଲା କରି ଡ଼ଗର ।
ବୁଲି ଆ ଦେଖିବୁ କିଏ ଭଲ ସହର
ବୁଲି ଆସି କାଉ ଦେଲା ମଜା ଖବର
ଦୁହେଁ ଗଲେ ବୁଲି ବାକୁ ଭୁବନେଶ୍ୱର
ଇନ୍ଦିରା ପାର୍କ ରେ ଯାଇ ହେଲେ ହାଜର।

ଗଛ ବୁଦା ମୂଳେ କଲେ ବିଚାର
ଲୋକମାନେ ଖାଉଛନ୍ତି ଭୁଜା, ମିକ୍ସଚର
କଥା ହେଉଛନ୍ତି ନାନା ପ୍ରକାର
ଗାଡ଼ି ମଟର ଚାଲୁଛି କେଁକଟର।
ଭାବି ଲା କେମିତି କରିବି ଶିକାର
ଗହଳି ରେ ଧରି ଲେ ନାହିଁ ନିସ୍ତାର
କାଉଟା ଥିଲା ଏକା ବଡ଼ ଚତୁର
ଭାବିଲି ବାଘକୁ ଦେବି ପାନେ ଏଥର

ନେଇଗଲା ତାକୁ ନନ୍ଦନକାନନ
ଚାଲ କରିବା ସେଠାରେ ହନନ
ବା ଘ ମାମୁଁ ଥିଲା ନିହାତି ବୋକା
ବୁଢ଼ା ନୁହେଁ ଯୁବା ନଥିଲା ଶଙ୍କା
ଏଠି ଅଛନ୍ତି ତୁମ ପରି ବାଘ
ଖାଉଛନ୍ତି ପଶୁ ପକ୍ଷୀ କରି ଶାଗ
ତାକୁ ଶୁଣାଇ କୁଆ କହିଲା ମାମୁଁ
ତାଙ୍କ ସାଙ୍ଗେ କଥା ହୁଅ ହୋଇବ ଛାମୁ।

ବାଘ ମାମୁଁ ଦେଖି ମାରି ଲା ଡିଆଁ
ତାକୁ ଦେଖି କର୍ମଚାରୀ ହେଲେ ଛାନିଆ
ମାମୁଁ ପଡିଗଲା ଆହା ବାଡ଼ ଭିତରେ
ବା ହାରି ପାରିଲା ନାହିଁ ରଡେ କାତରେ
ନନ୍ଦିନ କାନନ ବା ଘ କହେ ପର ବୁଦ୍ଧିଆ।
ଭଲ କଲୁ ହେଲୁ ଏବେ ଆମ କୁଣିଆ
କାଉ କହେ ହସି ହସି ମାମୁଁ ଶୁଣିବ କଥା
ମୁଁ ଯାଉଛି ତୁମେ ସହରେ ଥା


ଲେଖା ସମ୍ପର୍କୀୟ ମତାମତ

Sanjukta parichha

31-05-2025 / 09:40:04

ଲେଖା ଟି ଭଲ ଲାଗିଲା ।

Sanjukta parichha

31-05-2025 / 09:40:04

ଲେଖା ଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion