ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହେବ ତୁମେ ଶ୍ରେଷ୍ଠ ନର

ଲେଖା : ଲକ୍ଷ୍ମୀଧର ନାୟକ

ସମୟ ସାଥିରେ ଚାଲୁଥାଅ ସଦା
ଅରଜିବ ଯଶମାନ,
ସମୟର ଦାମ୍ ଅତୁଲ ଅଟଇ
ସବୁଠାରୁ ମୂଲ୍ୟବାନ ।

ଯେଉଁ ଶିଶୁଟି ତା ମୂଲ୍ୟକୁ ବୁଝିଛି
ହୋଇଛି ସେ ଦିନେ ବଡ଼,
ମନର ସମସ୍ତ ଆଶା ପୂରା କରି
ଜିଣିଛି ଅଭେଦ୍ୟ ଗଡ଼ ।

ସମୟାନୁସାରେ ଚାଲିବା ପାଇଁକି
ଅଣ୍ଟାରେ ଝୁଲାଇ ଘଡ଼ି,
ବାପୁ ପାରିଥିଲେ ନିଜ କର୍ମ ପଥୁ
ନାନା ବାଧା ବିଘ୍ନ ଏଡି ।

ଘଣ୍ଟାର କଣ୍ଟାଟି ନିଷ୍ଠା ସହକାରେ
ଅବିରାମ କାର୍ଯ୍ୟ କରେ,
ତା`ପରି ହୋଇକି କର୍ମ କରୁଥିଲେ
ଜୀବନ ଖୁସିରେ ଭରେ ।

ସମୟ କାହାକୁ ଅପେକ୍ଷା କରେନି
ଦେଖେନି ଆପଣା ପର,
ସମୟକୁ ଯିଏ ଆପଣାର କରେ
ମିଳଇ ବାଞ୍ଛିତ ବର ।

କାଲି କାମ ଆଜି ଆଜି କାମ ଏବେ
ସମୟ କହୁଛି କର,
ତେବେ ଯାଇ ସିନା କୋଟିଏରେ ଗୋଟେ
ହେବ ତୁମେ ଶ୍ରେଷ୍ଠ ନର ।


ବାଉଁଶିଆପଡା, ନୟାଗଡ଼

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion