ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରଜ ପରବ ଆମ ଗରବ

ଲେଖା : ଶ୍ରୀ କୁଞ୍ଜ ବିହାରୀ ସାହୁ

ପିଠା ତ ପିଠା
ସବୁଠୁ ମିଠା
ପୋଡ଼ପିଠାଟି ଲାଗେ,
ଖାଇଛି ଯିଏ
ହସିଛି ସିଏ
ରଜ ପରବେ ପାଗେ । ୧

ପାନ ତ ପାନ
ମସଲା ପାନ
କଳରେ ଜାକିଦେଲେ,
ଚୋବାଏ ଯିଏ
ଖୁସିରେ ସିଏ
ମଜା ମଉଜେ ଖେଳେ । ୨

ଦୋଳି ତ ଦୋଳି
ବାଉଁଶ ଦୋଳି
ଯାଉଛି ଝୁଲି ଝୁଲି,
ଦୋଳିରେ ବସି
ମୁରୁକି ହସି
ଖେଳୁଛି ମିଲି, ଜୁଲି । ୩

ପୁଚି ଲୋ ପୁଚି
ଯାଆଲୋ ଘୁଞ୍ଚି
ସଙ୍ଗାତ ଗାଏ ଗୀତ,
ରଜ ପରବ
ଆମ ଗରବ
ସଭିଏଁ ଏଠି ମିତ । ୪


ପାତ୍ରପଡା, ଭୁବନେଶ୍ବର`
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-06-2025 / 17:02:12

ପୋଡ଼ପିଠା ରଜଦୋଳି ରଜପାନ। ସବୁର ସ୍ଵାତନ୍ତ୍ରତା ରଜ ପର୍ବରେ ଅନୁଭବ ହୁଏ। ତାହା କଵିତାଟିରେ ପ୍ରକାଶିତ ହୋଇଛି। ଭଲଲାଗିଲା। ଧନ୍ୟବାଦ।

ରଘୁନନ୍ଦନ ମହାପାତ୍ର।୯୪୩୯୭୧୯୮୭୯

31-05-2025 / 09:58:43

ଆମ ଓଡ଼ିଶା ର ଗଣ ପର୍ବ।ଆମ ପର୍ବପର୍ବାଣି ର ମହନୀୟତା ସୁଦୁର ପ୍ରସାରୀ। ସୁନ୍ଦର ସର୍ଜନା।ସରଳ ଭାଷାରେ ଉପସ୍ଥାପନା। ଧନ୍ୟବାଦ ଜଣାଉଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion