ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରଜ ପରବ

ଲେଖା : ନୀଳମଣି ଚାନ୍ଦ

ଆଗକୁ ଆସୁଛି ରଜ ପରବଟି
ରହିଛନ୍ତି ସବୁ ଚାହିଁ
ଅଳତା ମାଖିବେ ମିନୁ ଝୁନୁ,ରୁନୁ
କରିବେନି ସିଏ ନାଇଁ ।

"ବନସ୍ତେ ଡାକିଲା ଗଜ" ଗୀତ ଗାଇ
ଦୋଳିକୁ ଦେବେରେ ବାହି
ସାଇ ବୁଲିବାକୁ ଯିଏ` ଯିବ ଆସ
ରଜ ପାନ ଦେଉ ଖାଇ।

ତୁମ ଘରେ ପିଠା ଆମ ଘରେ ପିଠା
ହୋଇବରେ ପୋଡ଼ ପିଠା
ଆଗ ସାରିଦେବା ମଣ୍ଡା, ଆରିସାକୁ
ପଛରେ ଖାଇବା ମିଠା।

ତିନିଦିନର ତ ପରଵଟି ରଜ
କିଏ ନ ଜାଣିଛ କୁହ
ସମସ୍ତେ ହସିବା ତା ମଜାଟି ନେବା
ଆଖିରୁ ନ ଝରୁ ଲୁହ।

ପ୍ରଥମ ଦିନକୁ ସମସ୍ତେ କହନ୍ତି
ଇଏରେ `ପହିଲି ରଜ`
ମଝି ଦିନଟି ତ `ରଜ ସଂକ୍ରାନ୍ତି`ରେ
ହସି ହସି କହେ ଵ୍ରଜ।

ଶେଷ ରଜଟି ତ `ଭୂ ଦହନ` ପରା
ଶୁଣି ଦିଅ ଟିକେ ହସି
ତାସ୍,ଲୁଡୁ,ପଶା କେତେ ଖେଳ ହେବ
ଦେଖିବା ପାଖରେ ବସି।

ମାଟିର ପରଵ,ଗଣ ପରବ ଏ
କହନ୍ତି ବୁଝେଇ` ଆଈ
ଜାକଜମକରେ ରଜ ମନେଇବେ
ସହରରେ ପିଲେ ଥାଇ।


୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର-୨୯,ମୋ:୯୫୮୩୨୦୨୩୫୭`

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-06-2025 / 16:43:30

ରଜ ଗୀତଟି ଭାରି ଭଲଲାଗିଲା। ଧନ୍ୟବାଦ।

କୀର୍ତ୍ତନ ସାହୁ

31-05-2025 / 12:13:28

ଖୁବ୍ ସୁନ୍ଦର ହେଇଛି।

ଡ. ବିଜୟା ପାତ

31-05-2025 / 10:56:51

ବହୁତ ବଢିଆ ଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion