ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଚଷାଭାଇ

ଲେଖା : ସୁଜିତ କୁମାର ମିଶ୍ର

ଚଷାଭାଇଟି ଚଳ ଚଞ୍ଚଳ
ସକାଳୁ ସଞ୍ଜ ଯାଏ
ତା ପାଇଁ ଆମ ମୁହଁରେ ହସ
ଆନନ୍ଦେ ଝରୁଥାଏ ।

ସକାଳୁ ଉଠି କ୍ଷେତକୁ ଯାଏ
ହଳ ଲଙ୍ଗଳ ଧରି,
ଦେଶ ହିତରେ କାମ କରେ ସେ
ବୀର ସଇନ ପରି ।

ନିଜେ ନଖାଇ ଯୋଗାଇ ଦିଏ
ଆହାର ପ୍ରତିକ୍ଷଣ,
ପରଦୁଃଖରେ ଦୁଃଖୀଟେ ପରା
ହୋଇ ଦରଦୀ ପ୍ରାଣ ।

ବରଷଯାକ ଖଟଇ ସିଏ
ଖରା ବରଷା ସହି,
ଶସ୍ଯ ଶ୍ୟାମଳା ହୁଅଇ ମାଟି
ସରଗ ସୁଖ ବାହି ।

ଲୁଙ୍ଗି ଗାମୁଛା ପ୍ରିୟ ପୋଷାକ
ପିନ୍ଧଇ ଚଷାଭାଇ,
ପଖାଳ କଂସା ବଳ ତାହାର
ଆଦରେ ଖାଉଥାଇ ।

ଜୀବନ ତାର ଭାରି ସରଳ
ସଭିଙ୍କ ଆପଣାର,
ହେଲେ ତା ଲୁହ ଶୁଖୁନି କେବେ
ହୋଇଛି ନଈଧାର ।

ସିଏ ଆମର ଅତି ନିଜର
ସୁଖଦୁଃଖର ସାଥୀ,
ତା ପାଇଁ ଆମ ସଂସାର ରଥ
ଗଡୁଛି ପରା ନିତି ।

ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion