ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆଷାଢ଼େ ରଥଯାତରା

ଲେଖା : ଧ୍ରୁବ ଚରଣ ଘିବେଲା

ବଇଶାଖ ଜ୍ୟେଷ୍ଠ ଫେରିସାରିଛନ୍ତି
ନିଦାଘ ଗ୍ରୀଷ୍ମକୁ ନେଇ
ବରଷାଆସିଛି ଆଦ୍ୟ ଆଷାଢ଼ରେ
ଆକାଶରେ ମେଘ ଛାଇ I
ମେଘର ଡମ୍ବରୁ ବାଜେ ଘିଡ଼ି ଘିଡ଼ି
ଘଡ଼ିଏ ଘଡ଼ିଏ ରହି
ସୂରୁଯ ମେଘର ଲୁଚକାଳି ଖେଳ
ମାଟି ପରେ ଖରା ଛାଇ I
ଆଷାଢ଼ ଶୁକୁଳ ଦ୍ଵିତୀୟା ତିଥିରେ
କାଳିଆର ରଥଯାତ୍ରା
ଵିଧି ବିଧାନରେ ଗୋଟି ପହଣ୍ଡିରେ
ଦିଅଁ ଛାଡ଼ନ୍ତି ଗମ୍ଭୀରା I
ବାଇଶି ପାବଛେ ରହିରହିଆସି
ତିନି ଦିଅଁ ରଥାରୂଢ଼
ହରିବୋଲ ସାଥେ ହୁଳହୁଳି ପଡ଼େ
ବଡ଼ଦାଣ୍ଡେ ଭକ୍ତ ଭିଡ଼ I
ତିନି ରଥେ ବସି ଚତୁର୍ଦ୍ଧାମୂରତୀ
ଭକତଙ୍କୁ ଦେଇ ଦେଖା
କରିଥାନ୍ତି ଯାତ୍ରା ଗୁଣ୍ଡିଚାବାଡ଼ିକୁ
ଭକତରଙ୍କୁଣା ଜଗା I
ଫେରିଲାବାଟରେ ମାଉସୀମା`ଘରେ
ପୋଡ଼ପିଠା ଖାଇ ଖୁସି
ଦେଖୁ ଦେଖୁ ସରେ ନଅ ଦିନ ଯାତ୍ରା
ସରେ ପୁଣି ଯାତ୍ରାଖୁସି I
ସିଂହଦ୍ୱାରେ ଆସି ଦିଅଁ ରଥେ ବସି
ଦେଇଥାନ୍ତି ଦରଶନ
ସୁନାବେଶ କାନ୍ତି ଦରଶନେ ଖୁସି
ତୋଷ ହୁଏ ଭକ୍ତ ମନ I
ଲକ୍ଷ୍ମୀଙ୍କର ମାନ କରନ୍ତି ଭଞ୍ଜନ
କାଳିଆ ସାଆନ୍ତ ସେ ତ
ରତ୍ନସିଂହାସନେ ଭ୍ରାତାଭଗ୍ନୀ ସାଥେ
ବିରାଜନ୍ତି ଜଗନ୍ନାଥ I


ବଉଦରାଜ -762014, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion