ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆସିଛି ରଜ

ଲେଖା : ଧୀରେନ ମିଶ୍ର

ଆସରେ କୁନା ମଇନା ମୁନା
ଆଉ ଯେତେକ ସାଥି
ଆସିଛି ରଜ ହୋଇଣ ସଜ
ଖେଳରେ ଯିବା ମାତି ।
ଖାଇବା ମିଠା ଆରିସା ପିଠା
ଖିରୀ, କାକରା, ପୋଳି
ଗଛ`ତ କାହିଁ ଦିଶଇ ନାହିଁ
ବାନ୍ଧିବା ପାଇଁ ଦୋଳି ।
ଧାଇଁ ଦଉଡି ଲୁଡୁ, କଉଡି
ପଟା ଯୋଗାଡି ଆଣି
ଡୁ-ଡୁ,ବାଗୁଡି ଖୋ-ଖୋ,କବାଡି
ବୋହୁ-ବୋହୁକା ରାଣୀ ।
ସାଇ ଭାଇରେ ମିଳି ଯାଇରେ
ଏହି ବାରତା ଦେବା
ଏକରେ ଆନ ତୁଟାଇ ମାନ
ବରିବା ଦେଶସେବା ।
ରୋଇଲେ ଗଛ ହୋଇବ ସ୍ବଚ୍ଛ
ଆମରି ପରିବେଶ
ଗ୍ରୀଷମ ଦାଉ ନଥିବ ଆଉ
ହସିବ ସୁନାଦେଶ ।

ଶୁଶୁଡା, ଅନୁଗୋଳ
ମୋ - 7978087891

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion