ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସବୁରି ମନରେ ଫୁଟାଇ ହସ

ଲେଖା : ମହେନ୍ଦ୍ର କୁମାର ମଲ୍ଲିକ

ନୂଆ ସକାଳର ସୁନେଲି କିରଣ
ଧୋଇଦିଏ ଆସି ଧରଣୀ ପାଦ
ଝରଣାର ଜଳ ବହେ କଳ କଳ
ସାଗରେ ମିଶଇ କେଡେ ଆନନ୍ଦ/
ଶିଶିର ପରଶେ ତରୁ ପଲ୍ଲବିତ
ଗୁଳ୍ମଲତା ସବୁ ଉଠିଲେ ଚେଇଁ
ପ୍ରକୃତିର କୋଳ କରି ଉଲ୍ଲସିତ
ସୁରଭିତ ହେଲା ମରତ ଭୂଇଁ /
ଖରା ଛାଇ ଏଠି ଖେଳେ ଲୁଚକାଳି
ସବୁଜ କ୍ଷେତରେ ସିଆର କାଟେ
ଉଡେ ଗେଣ୍ଡାଳିଆ ଝାଡ଼ି ଦେଇ ପର
ଗୋହିରୀ ବିଲର ମହିଷା ପାଟେ /
ମଳୟ ପଵନ ହୋଇ ଆନମନା
ଗାଏ ବସନ୍ତର ମଧୁର ଗୀତି
ଆମ୍ବ ବଉଳର ଫଗୁଣ ମହକ
କୋଇଲିର କୁହୁ ଉଲ୍ଲାସେ ମତି /
ନୀଳ ଗଗନରେ ପୁନେଇଁର ଚାନ୍ଦ
ବାଣ୍ଟଇ ମହକ ସଜ ଶେଫାଳି
ସବୁରି ମନରେ ଫୁଟାଇ ହରସ
ପରାଣେ ପୁଲକ ଦିଅଇ ଢ଼ାଳି /

ଜିଏ -423, କୈଳାସ ବିହାର
ଶୈଳଶ୍ରୀ ବିହାର, ଭୁବନେଶ୍ୱର -21
ମୋ -9437281155

ଲେଖା ସମ୍ପର୍କୀୟ ମତାମତ

ସଂଯୁକ୍ତା ପରିଚ୍ଛା

30-01-2024 / 14:37:00

ଶିଶୁ ମନଲାଖି ସୁନ୍ଦର କବିତାଟିଏ ।

ହରପ୍ରିୟା ପଟ୍ଟନାୟକ

29-01-2024 / 17:34:43

କବିତାଟି ଛନ୍ଦବନ୍ଧ ଓ ମନଛୁଆଁ।ଶିଶୁ ମନଲାଖି ହୋଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion