ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ:୨୦୨୫ , ଦ୍ଵିତୀୟ ବର୍ଷ : ଷଷ୍ଠ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆଖି ମୁଦିଲେ ଦିଶେ ସରଗ

ଲେଖା : ଜୟନ୍ତିକା

କହ ପାହାଡ଼ କହ

ଶୁଖୂଲା ଦିଶେ ମୁହଁଟି କିଆଁ
ଟାଙ୍ଗରା ଲାଗେ ଦିହ ।

ଚାରି ପାଖେ ତୋ ବେଢ଼େଇ ହୋଇ
ବହୁ ଥୁଲା ଯେ ନଭ,

ଦେହରେ ତାର ପାଣି ଟୋପାଏ
କୋଉଠି କାଇଁ ନାଇଁ,

ଏତେ ବରଷା ପରେ,

ଶୁଖିଲା ହୋଇ ପଡ଼ିଛି ଶୋଇ
ବାଲିର ଶେଯ ଧାରେ ।

ନୀଳ ଚାଦର ଢାକିଲା ପରି
କାହିଁ ଯେ କେତେ ଗଛ
ସିଲେଇ ହୋଇ ଥିଲେଟି ରହି
ହୋଇ ଆଗକୁ ପଛ,

ଉଭେଇ ଗଲେ କାହିଁ

ଖୋଲା ମୁକୁଳା ଦିଶୁଛି ଛାତି
ପତରଟିଏ ନାହିଁ !

ଗହୀର ନାଇଁ ପନ୍ତାର ନାଇଁ
ନାହାନ୍ତି ଚାଷୀ ଭାଇ,

ବରଷା ନାଇଁ ଶୀତ ବା କାହିଁ
କାହିଁ ପଡ଼ିଶା ସଇ,

ରହ ସମୟ ରହ,

ନିରୋଳା ପାଣି ପବନ କାହିଁ
ଉଭେଇ ଗଲା କହ।

ମନରେ କେତେ ସରାଗ ଆସେ
ବସିଲେ କେବେ ଭାବି

ଆଖି ମୁଦିଲେ ଦିଶେ ସରଗ
ସବୁଜ ବନ ଛବି,

କହ ଜୀବନ କହ,

ଆଗକୁ ବଢ଼ି ଚାଲିବା, ନାଆଁ
ଅଟେକି ବିପର୍ଯ୍ୟୟ ?

କଥାକାର - ୧୬୧, ଶୈଳଶ୍ରୀ ବିହାର
ଭୁବନେଶ୍ବର-୨୧

ମୋ: ୮୭୬୩୯୯୮୪୯୮

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

15-06-2025 / 15:23:41

ସୁନ୍ଦର ଯୁଗୋପଯୋଗୀ ଲେଖାଟିଏ । ଭଗବାନ କବିଙ୍କ ଆଶଙ୍କାକୁ ଦୂରୀକରଣ କରନ୍ତୁ । ପ୍ରଣାମ ।

Minati pattnayak

31-05-2025 / 08:26:51

ସମୟ ଉପଯୋଗୀ ଅତ୍ୟନ୍ତ ଉପାଦେୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion