ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗୀତତାର ଚମକାଏ

ଲେଖା : ପ୍ରଶାନ୍ତ କୁମାର ଦାଶ

ନାନାଜାତିଫୁଲଫୁଟେ
କଅଁଳଇ ପତର
ଗଛଡାଳୁ ଚଉଦିଗେ
ଛୁଟେ ତାର ଅତର ||

ନିରବରେ ଶୋଇଥାଏ
କୁନିପୁଅ ନିଦରେ
ବରଷା ଢାଳଇ ପାଣି
ମାଟିଦେହେ ଆଦରେ ||

ଘଡ଼ଘଡି ଡାକ ଶୁଣି
ନିଦ ତାର ଭାଙ୍ଗେରେ
ବିଜୁଳିର ଚମକରେ
ତାକୁ ଡର ଲାଗେରେ ||

ଲୁଚି ଲୁଚି ଚାଲିଯାଏ
ରାତି ବହୁଦୂରକୁ
ସକାଳ ଆସଇ ଫେରି
ଗାଆଁ ପଲ୍ଲୀ ପୂରକୁ ||

କଳାମେଘ ଘୋଟିଥାଏ
ଦିଶେନାହିଁ ସୂରୁଜ
ଉଇଁଯାଏ ନବୁଣି ତା
ନାଲି ନାଲି ମୁରୁଜ ||

ନିଦୁ ଉଠି ଧାଏଁ ଚାଷୀ
ତାର ସୁନା କ୍ଷେତକୁ
ଫସଲ କାଢି ଉଡାଏ
ତା ଵିଜୟ ନେତକୁ ||

ଵହି ଖାତା ଧରି ଯାଏ
ପାଠଶାଳା ଗଉରୀ
ନଈଦେହେ ଖେଳୁଥାଏ
ଗୋଳିପାଣି ଭଉଁରୀ ||

ଗୀତ ତାର ଚମକାଏ
କହିଦିଏ କାନରେ
ବରଷା ଆସିଛି ଦେବ
ଦୁନିଆକୁ ଦାନରେ ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦
ପିନକୋଡ -୭୫୨୧୦୪

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 20:17:18

ଅତି ସୁନ୍ଦର ସର୍ବଗୁଣ ସମ୍ପନ୍ନ କବିତା

ବୃନ୍ଦାବନ କୁମ୍ଭାର

01-07-2025 / 17:09:33

ଅତି ସୁନ୍ଦର

ଜୟକୃଷ୍ଣ ସାହୁ

01-07-2025 / 16:29:53

ସୁନ୍ଦର କବିତାଟିଏ। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion