ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମେରେ ଶିଶୁ

ଲେଖା : ବିଦ୍ୟୁତପ୍ରଭା ଦେଓ

ଆମେରେ ଶିଶୁ କଳିକା ଆମେ
ଯେତେ ଭଉଣୀ ଭାଇ
ଫୁଟିବୁ ଦିନେ ବିତରି ବାସ
ଦେଶର ଗୀତି ଗାଇ ।

ସବୁରି ଜନ ମନ ପରାଣେ
ପୁଲକ ଦେବୁ ଭରି
ଡ଼ରିବୁ ନାହିଁ ହାରିବୁ ନାହିଁ
ହଟାଇ ଦେବୁ ଅରୀ ।

ତ୍ରିରଂଗା ବାନା ଶାନ୍ତି ମଇତ୍ରୀ
ବାରଣ ସଦା ଦିଏ
ସ୍ଵାଧୀନ ଦେଶ ଶିଶୁ ପାଇଁକି
ସଂକେତ ଆମ ସିଏ ।

ପ୍ରଗତି ପଥେ ଯିବୁ ଆଗେଇ
ଜ୍ଞାନ ଆଲୋକ ଜାଳି
ଦୂରେଇ ଦେବୁ ତମସା ଯେତେ
ଦେବୁନି କେବେ ଟଳି ।

ମାଆର ମଥା ରଖୁବୁ ଉଚ୍ଚେ
କରିବୁ ଜୟ ଗାନ
ଜୀବନବାଜି ଲଗାଇ ଦେବୁ
ମଣିବୁ ଭାଗ୍ୟବାନ ।

“ ଗଢିବୁ ଦେଶ ରଖୁବୁ ଯଶ
ସୁନାମ ଯିବ ଖେଳି
ଦେବୁନି କେବେ ମାଟି ମାଆର
ଦେହେ କାଳିମା ବୋଳି” ।


ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:25:37

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion