ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆସିଲା ବରଷା କାଳ

ଲେଖା : ବୃନ୍ଦାବନ କୁମ୍ଭାର

ଆସିଲା ବରଷା କାଳ
ଆକାଶରେ ମେଘ ପବନ ବେଗରେ
ଏଣେ ତେଣେ ମାଳ ମାଳ।
ଗ୍ରୀଷମ ଉତ୍ତାପ ଜାଣି
ମେଘ ମାଳ ସବୁ ବିଚାର କରିଲେ
ବରଷା ଧରାକୁ ଆଣି।
ଖ ଇ ଫୁଟୁଥିବା ମାଟି
ଦୁବଲଟା ସବୁ ଶୁଖି ଥିଲେ ଯେତେ
ସବୁଜ ରଙ୍ଗରେ ଉଠି।
ଭୂମିକୁ କରିଲେ ଶୋଭା
ସବୁଜ ସମ୍ଭାରେ ଭୂସ୍ବର୍ଗ ଭୂମି ଟି
ଦିଶୁଅଛି ମନ ଲୋଭା।
କୃଷକ ଭାଈର ମନ
ପବନ ବେଗରେ ମହୁମାଛି ସମ
ବ୍ୟସ୍ତ ହୁଏ ରାତି ଦିନ।

ଟିଟିଲାଗଡ଼, ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

ବିରଞ୍ଚି ନାରାୟଣ ଦାଶ

03-07-2025 / 15:38:35

ସୁନ୍ଦର କବିତାଟିଏ।

ଜୟକୃଷ୍ଣ ସାହୁ

01-07-2025 / 16:57:51

କୁନି କଵିତାଟି ପଢ଼ିଲି। ଭଲଲାଗିଲା। ଧନ୍ୟବାଦ।

Sanjukta parichha

01-07-2025 / 11:21:24

ବର୍ଷାକୁ ନେଇ ଭଲ କବିତା ଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion