ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଏଇ ମୋ ଓଡିଶା

ଲେଖା : ଡକ୍ଟର ସୁନାମଣି ରାଉତ

ଏଇ ମୋ ଓଡିଶା ତା` ସାହି ପଡିଶା
ତା` ପାଣି ପବନ ମାଟି
ତୋଟାମାଳ ତା`ର କେତେ ଆପଣାର
କି ସୁନ୍ଦର ଘର ଘାଟି ॥୧॥

ତା` ଜଗତ ନାଥ କାଳିଆ ସାଆନ୍ତ
ପତିତପାବନ ନେତ
ଆମେ ଭାଇଭାଇ ଭେଦଭାବ ନାହିଁ
ନାଚି କହୁଅଛି ସେ`ତ ॥୨॥

ତା` ରାଉରକେଲା ଆସ୍କା, ହୁକିଟୋଲା
ହୀରାକୁଦ, ପାରାଦୀପ
କେତେ ବନ୍ଧବାଡ ତା` ଅଝାଡ ଝାଡ
ଜଙ୍ଗଲର ଖାଲଢିପ ॥୩॥

ତା`ର ରଜଦୋଳି କେତେ ଜାତି କୋଳି
ଆହା କି ମଧୁର ମିଠା
ତା`ର ପୋଡପିଠା ଏଣ୍ଡୁରି, ଗଇଁଠା
ଆରିଶା, କାକରା ପିଠା ॥୪॥

ତା`ଦୋଳ ମେଳଣ ଠାକୁର ଝୁଲଣ
କୁଆଁର ପୁନେଇ, ପୁଚି
ଭାରି ଭଲ ଲାଗେ ତା ଅଗଣା ଘରେ
ଖେଳିବାକୁ ଲୁଚାଲୁଚି ॥୫॥

ସବୁତ ସୁନ୍ଦର ଲଗାଏ ହୁନ୍ଦର
ତା` ପବିତ୍ର ଭୁଇଁ ଛୁଇଁ
ତା` ମାନ ମହତ ରଖିବାକୁ ଶତ
ଶପଥ କରୁଛି ମୁହିଁ ॥୬॥



ରାଜା ବଗିଚା, କଟକ-୯
ମୋ-୭୯୭୮୩୧୯୨୭୯

ଲେଖା ସମ୍ପର୍କୀୟ ମତାମତ

ବିଜୟ କୁମାର ଛାଟୋଇ

07-07-2025 / 18:11:04

ବଢିଆ

ମୋହନ କୁମାର ସ୍ୱାଇଁ

04-07-2025 / 19:50:33

ଅତି ସୁନ୍ଦର ଲାଗିଲା କବିତା ଟି

ଦୀନବନ୍ଧୁ ପୋଇ

01-07-2025 / 20:50:14

ଭଲ ଲାଗିଲା ସାର, ସବୁ ତାର ମିଠା, ଯେତେ ସବୁ ପିଠା ବଢିଆ ଲାଗେ ମୋତେ ଆରିସା , ଗଇଁଠା , ପ୍ରଣାମ ସାର

ନିରଞ୍ଜନ ପତି

01-07-2025 / 11:11:24

ସୁନ୍ଦର ଭାବ ବ୍ୟଞ୍ଜକ କବିତା ବଡ଼ ଭାଇ । ନମସ୍ତେ । ଅଭିନନ୍ଦନ ।ମଧ୍ୟାନ୍ତ ଓ ଛନ୍ଦ ମିଳନ ବହୁତ ବଢ଼ିଆ।

ଜୟକୃଷ୍ଣ ସାହୁ

01-07-2025 / 10:45:33

ସାର୍ ନମସ୍କାର। ମାଟି ମାଆ ପାଇଁଁ କଵିତା ମାଧ୍ୟମରେ ଆପଣ ସୁନ୍ଦର ଭାଵ ଉପସ୍ଥାପନା କରିଛନ୍ତି। ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion