ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆଗକୁ ଆସୁଛି ରଥ ଯାତରା

ଲେଖା : ଦୀନବନ୍ଧୁ ପୋଇ

ଆଗକୁ ଆସୁଛି ରଥ ଯାତରା
ହେଲାଣି ମନ୍ଦିର ସଫା ସୁତରା ।
ଯାତରା ଭିତରେ ଇଏ ନିଆରା
ଏଠି ରାଜା କରେ ଛେରା ପହଁରା ।
ବିଜେ ହେବେ ତିନି ଦିଅଁ ରଥରେ
ତିନି ରଥ ଚାହିଁଛନ୍ତି ପଥରେ ।
ଦିଶୁଥାଏ ରଥ ଆହାକି ତୋରା
ବସି ଖୁସି ହେବେ କାଳିଆ ଗୋରା ।
ଭକ୍ତ ସମାଗମ ହେବ ପ୍ରବଳ
ବଡ ଦାଣ୍ଡ ହେବ ସେ କୋଳାହଳ ।
ଜୟ ଜଗନ୍ନାଥ ଭକ୍ତ କହିବେ
ଦୁଇବାହୁ ଟେକି କେତେ ନାଚିବେ ।
ଡାହୁକର ଡାକ କାନେ ଶୁଣିବେ
ଭକତ ରଥକୁ ସେ ଟାଣି ନେବେ ।
ଆଗକୁ ଆଗକୁ ରଥ ଚାଲିବ
ଗୁଣ୍ଡିଚା ମନ୍ଦିରେ ଯାଇ ରହିବ ।

ଗୋରଡ଼ାପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ – ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:56:04

କବିତାଟି ଭଲ ଲାଗିଲା

ଜୟକୃଷ୍ଣ ସାହୁ

01-07-2025 / 16:34:07

କୁନି କଵିତାଟି ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion