ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶିରି ଶିରି ଶୀତ

ଲେଖା : ପ୍ରଶାନ୍ତ କୁମାର ଦାଶ

ହଲି ଝୁଲି ଗେଣ୍ଡୁଫୁଲ
ବିତରେ ତା ବାସ
ଶିଶିରରେ ଭିଜି ଧଳା
ଦିଶେ ଦୁବଘାସ ||

ଉଡିଆସି ପ୍ରଜାପତି
ବସିଲାଣି ଫୁଲେ
ପବନ ପରଶେ ଗଛେ
ଫୁଲ ଫଳ ଝୁଲେ ||

ଧାନପାଚି ସୁନାପରି
ଦିଶିଲାଣି ବିଲେ
ଉଷୁମ ପୋଷାକ ଘରେ
ପିନ୍ଧିଲେଣି ପିଲେ ||

ଶିରି ଶିରି ଶୀତ ଆସେ
ଦେହ ଉଠେ ଥରି
ସହରୁ ବେପାର ସାରି
ଫେରିଆସେ ନରି ||

ମୁହଁସଞ୍ଜେ ଶୀତେଥରି
ଆଇ ପୁଏଁ ନିଆଁ
ଶୀତକୁ ନଡ଼ରି କୁନା
ମାରୁଥାଏ ଡିଆଁ ||

ପ୍ରଶାନ୍ତ କୁମାର ଦାଶ
କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
Mobile -9668822190

ଲେଖା ସମ୍ପର୍କୀୟ ମତାମତ

Sanatan Panda

26-02-2024 / 14:52:57

ସୁନ୍ଦର କବିତା, ବେଶ ମନଛୁଆଁ, ବଢ଼ିଆ ଲାଗିଲା |

Jayakrushna Sahu

19-02-2024 / 20:12:14

କଵିତାଟି ଭଲଲାଗିଲା। ଧନ୍ୟବାଦ୍।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion