ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମେଘ ବଜାଏ ଡମ୍ବରୁ

ଲେଖା : ଧ୍ରୁବ ଚରଣ ଘିବେଲା

ଏଇ ଦେଖୁ ଦେଖୁ
ଫେରିଗଲା ଜ୍ୟେଷ୍ଠ
ରହିଲାନି ଖରା ତାଉ
ଜ୍ୟେଷ୍ଠ ଗଲା ପରେ
ଆସିଛି ଆଷାଢ଼
ବଢ଼ାଇ ବର୍ଷାର ଭାଉ I
ଆକାଶେ ଭାସୁଛି 
କେତେ ମେଘମାଳା
ତିଆରିକି ସେଠି ଘର
ମେଘ ଭସାଘର
ସୁନ୍ଦର ସୁଦୃଶ୍ୟ 
ନଅର ମେଘରାଣୀର I
ମେଘ ଦିଶିଲାଣି 
ଜ୍ୟେଷ୍ଠ ମାସଠାରୁ 
ଡମ୍ବରୁ ବଜାଏ ମେଘ 
ଆକାଶରୁ ଆସି
ଦୁଲୁକାଏ ଧରା 
ଘଡ଼ଘଡ଼ି ଶୁଭି ଆଗ I
ଆଗ ଘଡ଼ଘଡ଼ି
ପଛକୁ ବିଜୁଳି
ଚମକ ଖେଳେ ନଭରେ
ଆକାଶଠୁ ମାଟି
ସବୁଠି ତା` ବ୍ୟାପ୍ତି
ଛନକା ପଶେ ଛାତିରେ I
ମେଘର ଡମ୍ବରୁ
ବାଜେ ଆକାଶରୁ 
ହରଷେ ମାଟିକୁ ଛୁଏଁ 
ଡମ୍ବରୁ ଶବଦ
ଡେଙ୍ଗୁରା ବୁଲାଇ 
ମେଘର ବାରତା ଦିଏ I
ମେଘ ଡମ୍ବରୁର
ସଠିକ ବାରତା
ପାଇ ଚାଷୀ ହୁଏ ଖୁସି
ଘଡ଼ଘଡ଼ି ସାଥେ
ବିଜୁଳି ପ୍ରକଟେ
ବରଷା ଯାଏ ବରଷି I


ବଉଦରାଜ -762014, ଜି. ବୌଦ୍ଧ

ମୋ.9437478466

ଲେଖା ସମ୍ପର୍କୀୟ ମତାମତ

Mohan Kumar swain

04-07-2025 / 19:19:43

ଆଗରେ ବିଜୁଳି ପଛେ ଘଡଘଡି ହେବ କିନ୍ତୁ କବିତାଟି ଭଲ ଲାଗିଲା

ହରିପ୍ରିୟା ପଟ୍ଟନାୟକ

02-07-2025 / 22:42:41

କବିତା ଭଲ ହେଇଛି।କିନ୍ତୁ ଆଗ ବିଜୁଳି ପରେ ଘଡଘଡି ଶୁଣାଯାଏ।କାରଣ ଆଲୋକର ବେଗ ଶବ୍ଦର ବେଗ ଠାରୁ ଅଧିକ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion