ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କର୍ତ୍ତବ୍ୟ

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ଜନମ ମରଣ ମଧ୍ୟେ ବ୍ୟବଧାନ
ଥାଇ ମାନବ ଜୀବନ,
ଜୀବନ ସାର୍ଥକ କରେ ସିଦ୍ଧି ଲାଭ
କରି ନାନା କର୍ମମାନ ।
କର୍ମ ଜୀବନର ଗଭୀର ନିଷ୍ଠାର
କର୍ମ ସାଧନ କର୍ତ୍ତବ୍ୟ,
କର୍ମେ ଯିଏ ନର କର୍ମ ଏକା ତାର
ଜୀବନର ମାନଦଣ୍ଡ ।
ଜୀବନ ବୃନ୍ତର ସୌନ୍ଦର୍ଯ୍ୟ କୁସୁମ
କର୍ତ୍ତବ୍ୟ ସାହସିକତା,
ପରିବାରଠାରୁ ସମାଜ ମଙ୍ଗଳ
ରାଷ୍ଟ୍ରର ପ୍ରଗତି ଗାଥା ।
ଉଇ ନିଷ୍ଠା ପରି ହୁଙ୍କା ନିର୍ମାଣରେ
ପରମ କର୍ତ୍ତବ୍ୟ ବୋଧ,
ମଙ୍ଗଳ କାମରେ ଅସାଧ୍ୟ ସାଧନ
ଜୀବନ ବିକାଶ ପଥ ।
ଉନ୍ନତି ରୂପକ ମନ୍ଦିରର ଆଦ୍ୟ
ମୁଖଶାଳା ଯେ କର୍ତ୍ତବ୍ୟ,
ବିଚାର ବିବେକ ସଚେତନତାରେ
ଉପକାରର ସେବକ ।
ଧଇର୍ଯ୍ୟ,ଶୃଙ୍ଖଳା, ନିଷ୍ଠା ଓ ଆଦର୍ଶ
କର୍ତ୍ତବ୍ୟରେ ଆତ୍ମତ୍ୟାଗ,
ଏ ସବୁ ଗୁଣର ଜୀବନ ସୁନ୍ଦର
ଗଠନ କର୍ତ୍ତବ୍ୟବୋଧ ।

ପୁରୀ ସଦର ବ୍ଲକ୍,
ପୁରୀ , କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

04-07-2025 / 19:37:44

କ୍ଳିଷ୍ଟ ଶବ୍ଧରେ ପରିପୂର୍ଣ ଏହି କିଶୋର କବିତାଟିରେ ଗାୟନନ୍ଧର୍ମିତା ର ଅଭାବ ଅନୁଭୂତ ହେଲା । ଅନେକ ସ୍ଥାନରେ ଗଳ୍ପର ଆଭାସ ମିଳିଲା ।

G B Patra

01-07-2025 / 13:10:08

ଶିକ୍ଷଣୀୟ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion