ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁଲାଇ:୨୦୨୫ , ଦ୍ବିତୀୟ ବର୍ଷ:ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମ ଜେଜେ

ଲେଖା : ସୁଜିତ କୁମାର ମିଶ୍ର

ହାତେ ଧରି ବାଡି ଆକଟ କରନ୍ତି
ସକାଳରୁ ସଞ୍ଜ ଯାଏ,
ଅବୁଝା ହୋଇଲେ ଗାଳି ଦେଇ ସାରି
ଦୁଃଖ କରିଥାନ୍ତି ସିଏ ।

ଗୋଡ ତଳେ ବସି ଭୁଲ ମାଗୁ ତାଙ୍କୁ
ଧରି ଆମ ଦୁଇ କାନ,
ତାଙ୍କ ରାଗ ରୋଷ ଉଭେଇ ଯାଏଟି
ତୁଟେ ସବୁ ଅଭିମାନ ।

ସିଏ ଆମ ଜେଜେ ଘରର ମୁରବି
ସବୁକୁ ନିଅନ୍ତି ସହି,
ଅମାପ ସେନେହ ଶରଧା ତାଙ୍କର
ଆମ ବାଧା ନିଏ ଧୋଇ ।

ବଡ ବଡ ନିଶ ଆଖିରେ ଚଷମା
ଜେଜେଙ୍କ ଥନ୍ତଲା ପେଟ,
ଅଶୀ ବୟସେ ବି ହସରେ ଖୁସିରେ
ସହଜେ ଚାଲନ୍ତି ବାଟ ।

ପଢନ୍ତି ପୁରାଣ ଗୀତା ଭାଗବତ
ଗାଧୋଇ ସାରିବା ପରେ,
ନୀତିଶିକ୍ଷା କେତେ କହନ୍ତି ବୁଝାଇ
ମଜା ଗପ ମାଧ୍ୟମରେ ।

ଜେଜେମା କହନ୍ତି ତୁମ ଜେଜେ ପରା
ପରାଧୀନ ବେଳ ଲୋକ,
ତାଙ୍କ ଠାରେ ଦେଖୁ ଗାନ୍ଧୀ ଗୋପବନ୍ଧୁ
ନେତାଜୀଙ୍କ ନୀତି ଯାକ ।

ଆମ ଜେଜେ ପାଇଁ ଘରଟି ସତେକି
ଲାଗଇ ସରଗ ସମ
ସକଳେ ନମିବା ତାଙ୍କ ଚରଣରେ
ସେ ପରା ଦେବତା ଆମ ।


ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ପୌର୍ଣ୍ଣମାସୀ ଦେବୀ

05-07-2025 / 16:48:32

ଭଲ ଲାଗିଲା ଲେଖାଟି ।

ମୋହନ କୁମାର ସ୍ୱାଇଁ

04-07-2025 / 19:27:44

ଖୁବ୍ ସୁନ୍ଦର ଲାଗିଲା କବିତା ଟି

puhpnqegpt

04-07-2025 / 09:02:49

mdfowhnnoflgxiqnzytxxtjnkmvmyk

ହରି ପ୍ରିୟା ପଟ୍ଟନାୟକ

02-07-2025 / 22:44:27

ବହୁତ ଭଲ କବିତା ।

Minati pattnayak

02-07-2025 / 16:25:17

Bahut sundar lekha

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion