ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସବୁରି ଓଠରେ ହସ ଭରିବା

ଲେଖା : ନିରାକାର ଚଇନି

ଆସିଛି ଆସିଛି ଅଗଷ୍ଟ ପନ୍ଦର
ଖୁସି ଆମ ମନରେ
ଫର ଫର ଉଡ଼ି ତ୍ରିରଙ୍ଗା ପତାକା
ଶାନ୍ତିର ବାରତା କହେ କାନରେ।
ଉଣେଇଶ` ସତ ଚାଳିଶ ମସିହା
ଆଜି ପରି ଏଇ ଶୁଭ ଲଗନେ
ଫିରିଙ୍ଗିର ବେଡ଼ି ଫିଟାଇ ହାତରୁ
ହଜି ଯାଇଥିଲୁ ସୁନା ସପନେ।
ଗାନ୍ଧି ଜବାହାର ସୁବାଷଙ୍କ ପରି
ହଜାର ହଜାର ଦେଶ ଭକତ
ଭାରତ ମାତାର ଲୁହ ପୋଛିଦେଲେ
ନିଗାଡ଼ି ଆପଣା ଦେହୁ ରକତ।
ସେଇମାନଙ୍କର ଅମର କୀରତି
ମନେ ପକେଇବା ଆସ ସରବେ
ସ୍ୱାଧୀନ ଦେଶର ସନ୍ତାନ ଆମେରେ
କହିଦେବା ଦୁନିଆକୁ ଗରବେ।
ଜାତି ଧରମର ଭେଦଭାବ ଭୁଲି
ଏକ ମନ ହୋଇ ପଣ କରିବା
ଜ୍ଞାନ ବିଜ୍ଞାନର ପ୍ରଦୀପ ଜଳେଇ
ସବୁରି ଓଠରେ ହସ ଭରିବା।

ସୁବୁଦ୍ଧିସାହି, ଜଗମୋହନ ପୁର, କେନ୍ଦୁଝର -୮୪
ମୋ - ୮୨୪୯୩୮୭୯୭୩

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-08-2025 / 11:16:14

ସୁନ୍ଦର ଦେଶାତ୍ମବୋଧକ କବିତାଟିଏ। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion