ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନାନାବାୟା ଗୀତ

ଲେଖା : ଧୀରେନ ମିଶ୍ର

କଟର କଟର କେଁ କଟରଲୋ
ଶଗଡରେ ନାହିଁ ତେଲ
ଲଟର ପଟର ଛେଳିଛୁଆ ଆସି
ମାଆ ପାଖେ ହେଲା ଗେଲ ।
ଛେଳି ଗେଲ କଲାନାହିଁ ।
ଚଞ୍ଚଳ ଚଞ୍ଚଳ କ୍ଷୀର ଖୁଆଇଲା
ଭୋକିଲା ଛୁଆକୁ ଚାହିଁ ।
କୁକୁର ଭୁକିଲା ଭୋ-ଓ-ଓ
ଗାଆଁମୁଣ୍ଡ ବୁଦା ଉହାଡୁ ବିଲୁଆ
ଡାକଦେଲା ହୁକେ ହୋ-ଓ-ଓ ।
ସଞ୍ଜ ବେଳ ରତରତ
କାନ୍ଥକୋଣ ଫଟ ପଛପଟୁ କହେ
ଝିଟିପିଟି ସତସତ ।
ନସରପସର ତେଢିଆ ନନାଲୋ
ମନ୍ଦିରେ ପିଟିଲେ ଘଣ୍ଟ ।
ଚକ୍ରଧର ଡାକି ପଞ୍ଜୁରୀ ଭିତରେ
ଶୁଆ ଘଷୁଥିଲା ଥଣ୍ଟ ।


ଶୁଶୁଡା , ଅନୁଗୋଳ
ଫୋନ୍ – 7978087891

ଲେଖା ସମ୍ପର୍କୀୟ ମତାମତ

ଧ୍ରୁବ ଚରଣ ଘିବେଲା

01-08-2025 / 22:56:57

ଭଲ ଲାଗିଲା

ଧ୍ରୁବ ଚରଣ ଘିବେଲା

01-08-2025 / 22:56:50

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion