ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତିନି ରଙ୍ଗେ ମୋର ଦେହ ଟି ଗଢ଼ା

ଲେଖା : ଅନନ୍ତ କୁମାର ସେନାପତି

ଯେଉଁ ଦିନ ଠାରୁ ମୁକତି ମନ ରେ
ଫର ଫର ହୋଇ ଉଡୁଛି,
ମୋ ଦେଶ ମାଟିର କୋଟି କୋଟି ହୃଦେ
ଶାନ୍ତି, ଏକତା ବଢୁଛି ।

ମୋ ଦେହ ଟି ଗଢ଼ା ତିନି ରଙ୍ଗେ ପରା
ସବୁଜ, ନାରଙ୍ଗୀ, ଧବଳ,
ସେ ତିନି ରଙ୍ଗରେ ଅଶୋକ ଚକ୍ର ଟି
ରଖିଛି ମୋ ମନ ସବଳ ।

ମୋତେ ଧରି ହାତେ ସଂଗ୍ରାମୀ କେତେ
ନିଜ ସୁଖ ଦେଲେ ବଳି ରେ,
ଆଣିଲେ ବିଜୟ ପୁଣ୍ୟ ମାଟିର
ନ ଡ଼ରି ବନ୍ଧୁକ ଗୁଳିରେ ।

ଭାରତ ମାଆର ମମତା ର ମୁଲ
କାହିଁ ବା ଫିରିଙ୍ଗି ବୁଝିଲା ,
ସେ ଲାଗି ତାହାର ଗରବ, ଦମ୍ଭ
ସବୁଦିନ ପାଇଁ ହଜିଲା ।

ଯେତେ ଯିଏ ପଛେ ଅଶୁଭ ମନାସୁ
ଜୀବନେ କେବେ ମୁଁ ହାରେନି,
ମୋ ପୁଣ୍ୟ ମାଟିର କୋଳେ ଯେ ଜନମ
କାହା ଅମଙ୍ଗଳ କରେନି ।


ଉଡୁଛି ଉଡିବି ହରଷ ମନରେ
ରଖିବି ମାଆର ସୁନାମ,
ଅହିଂସା, ସତ୍ୟ ପଥରେ ପଥିକ
ଜାତୀୟ ପତାକା ମୋହରି ନାମ ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion