ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗଣପତିଙ୍କ ପୂଜା

ଲେଖା : ଡ. ବିଜୟା ପାତ୍ର

ଭାଦ୍ରବ ଆସିଲା ଶରତ ହସିଲା
ଖୁସିର ପସରା ନେଇ
ଦେବ ଗଣପତି ପୂଜା ବେଳ ହେଲା
ଧରଣୀ ଉଠିଲା ଚେଇଁ।

ସବୁଠାରେ ପ୍ରଭୁ ହେବେ ବିରାଜିତ
ଦେବାଳୟେ, ବିଦ୍ଯାଳୟେ
ସୁସଜ୍ଜିତ ବେଶେ ହୋଇବେ ଶୋଭିତ
ଘରେ ଅବା କାର୍ଯ୍ୟାଳୟେ।

ବିଘ୍ନରାଜ ସେତ ଗିରିଜା ନନ୍ଦନ
ଅଗ୍ରପୂଜ୍ୟ, ଶିବ ସୁତ
ଶୁକ୍ଲ ଚତୁର୍ଥୀରେ ମୂଷିକ ବାହନେ
ଚଢି ହେବେ ଉଦ୍ଭାସିତ।

ବକ୍ରତୁଣ୍ଡ ନାମେ ଖ୍ଯାତ ସେତ ପୁଣି
ହେରମ୍ବ, କାର୍ତ୍ତିକ ଭ୍ରାତା
ପାଶ ଓ ଅଂକୁଶଧାରୀ, ଗଜାନନ
ଏକ ଦନ୍ତ, ଦୁଃଖହର୍ତ୍ତା।

ମୋଦକ ପ୍ରିୟ ସେ ମହାକାୟ ରୂପ
କୋଟି ସୂର୍ଯ୍ୟ ସମ ପ୍ରଭା
ଲମ୍ବୋଦର ନାମେ ବିଶ୍ବ ରେ ବିଦିତ
ଦିବ୍ଯକାନ୍ତି ମନଲୋଭା।

ଲୋହିତ ବସ୍ତ୍ର ଓ ରକ୍ତ ବର୍ଣ୍ଣ ପୁଷ୍ପେ
ତାଂକର ଶରଧା ଅତି
ବଢେ ଗ୍ଯାନ, ବୁଦ୍ଧି ,ଭକତି କୁସୁମ
ଅରପିଲେ ତାଂକୁ ନିତି।


କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦୧୪୩୨୨

ଲେଖା ସମ୍ପର୍କୀୟ ମତାମତ

ବିଜୟା

01-08-2025 / 21:46:48

ସାର୍ ନମସ୍କାର। କେଉଁ ପଦ ଗୁଡିକ କ୍ଲିଷ୍ଟ ଲାଗୁଛି ଜାଣିଲେ ଆଗକୁ ସତର୍କ ହେବି। ଏହା କିଶୋର ମାନଂକ ପାଇଁ ମଧ୍ଯ ହୋଇଥିବାର ତାଂକୁ ଗଣେଶଙ୍କ ବିଭିନ୍ନ ନାମ ବିଷୟରେ ଜଣାଇବା କୁ ଚେଷ୍ଟା କରିଛି।

Dhananjaya swain

01-08-2025 / 16:32:10

Bhala lagila kintu ketoti klista sabdaku avoid karaa jaai paari thaantaa karan eha pilanka pain udista.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion