ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତ୍ରିରଙ୍ଗା ଆମ ଉଡ଼େ ଫର ଫର

ଲେଖା : ବୃନ୍ଦାବନ କୁମ୍ଭାର

ତ୍ରିରଙ୍ଗା ଆମ ଉଡ଼େ ଫରଫର
ଦେଖରେ ଭାଈ ଦେଖ
ପରାଧୀନେ ଥିଲା କଷଣ ସ‌ହି
ଲଭୁନ ଥିଲା ସୁଖ।
କଟା ଘା,ରେ ଚୂନ ଦେଲା ପରି ସେ
ପାଉଥିଲେ ଯେ ଦୁଃଖ
କେତେ ବୀର ସବୁ ଯୁଦ୍ଧ କରିଲେ
ଭୀରୁ ନ ହେବା ଶିଖ।
ଏଦେଶ ପାଇଁ ଜୀବନ ଦେଲେ
ରଖି ଦେଶର ଟେକ
ତାଙ୍କ ଆଦର୍ଶ କୁ ମାନି ଚଳିବା
ଆମେରେ ଶିଶୁ ଯାକ।
ଭାରତ ଛାଡ଼ ଆନ୍ଦୋଳନ କରି
ସାହସ ଦେଲେ ଆଣି
ଅହିଂସାର ପଥେ ଚାଲିଲେ କେତେ
ଗାନ୍ଧୀ ଆଦେଶ ମାନି।
ସ୍ବାଧୀନ ଭାରତର ଶିଶୁ ଆମେ
ଆମରି ପାଇଁ ଦେଶ
ଦୁଃଖୀ ଦରିଦ୍ର ର ସେବା କରିଲେ
ବଢିବ ଆମ ଯଶ।

ଟିଟିଲାଗଡ଼,ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

Kamadev Jal

02-08-2025 / 10:14:51

Very exciting

ବିରଞ୍ଚି ନାରାୟଣ ଦାଶ

01-08-2025 / 22:25:35

ଭଲ ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion