ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କାମରେ ଏବେଠୁ ଲାଗ

ଲେଖା : ପ୍ରକାଶ ଚନ୍ଦ୍ର ଦାଶ

ବାଇନ,
କାମ କରିବାକୁ ଯାଇନ?

ତୁମରି ସାହିର ଦାମ
ହରିଆ,ନରିଆ,ଶାମ।
ବଡ଼ି ସକାଳରୁ ଉଠି,
ବିଲକୁ ଗଲେଣି ଛୁଟି।
ରକତକୁ ପାଣି କରି,
କାମ ତ ଦେଲେଣି ସାରି।
ଏଠି ତମେ ପେଟେ ଖାଇ,
ମନଫୁଲା ଗୀତ ଗାଇ
ସାଙ୍ଗସାଥୀ ମେଳେ ବସି,
ତାଆସ୍ ଖେଳୁଛ ହସି।
ମନେ ମନେ ଖାଅ ଖଜା!
କାଲି ବାହାରିବ ମଜା।
ଆଗ କଥା ଭାବି ଜାଗ,
କାମରେ ଏବେଠୁ ଲାଗ।


ଫ୍ଲାଟ୍ ନମ୍ବର-ସି/୩୦୪
ଗୌରୀଶଙ୍କର ରେସିଡେନ୍ସି
କେଶୁରା, ଭୁବନେଶ୍ୱର-୭୫୧୦୦୨
Mo-୯୯୩୮୯୬୩୦୯୪

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion