ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆଜି ଅଗଷ୍ଟ ପନ୍ଦର ତାରିଖ

ଲେଖା : ହଂସନାଥ ମୁଦୁଲି

ଆଜି ଅଗଷ୍ଟ ପନ୍ଦର ତାରିଖ
ତିରଙ୍ଗା ଉଡେ ଆକାଶେ
ଗରବରେ ଆମ ଛାତି ଫୁଲିଉଠେ
ଉଡେ ଦେଶଖ୍ୟାତି ବିଶ୍ବେ। (0)

ଭାଷା ଓ ଭାବରେ ହେଉ ବି ଅନେକ
ଅନେକରେ ସିଏ ଏକ
ଆପଣାପଣର ରଜ୍ଜୁରେ ବନ୍ଧା ତା
ଖ୍ୟାତି ମହକର ଟେକ
ଶୁଭିଯାଏ ସୁର ସେମିତି ଖ୍ୟାତିର
ତିରଙ୍ଗାର ଚଉପାଶେ
ଉଡେ ଦେଶଖ୍ୟାତି ବିଶ୍ବେ।(1)

ହଜାର ହଜାର ବରଷ ପୁରୁଣା
ତା` ସଭ୍ୟତାର ବାଣୀ
ବୀର ପୁରୁଷ ବା ମହିୟସୀ ନାରୀ
ଜାଗନ୍ତି ଡାକ ତା ଶୁଣି
ଅତୀତରେ ଥିଲା ଆଗାମୀରେ ସିଏ
ରହିବ ଧରାର ଶିର୍ଷେ
ଉଡେ ଦେଶଖ୍ୟାତି ବିଶ୍ବେ।(2)


ଖଣ୍ଡଗିରି(ଡୁମଡୁମା - କ)
ଭୁବନେଶ୍ବର - 751030
ମୋ - 9777968719

ଲେଖା ସମ୍ପର୍କୀୟ ମତାମତ

Mohan Kumar swain

01-08-2025 / 15:16:52

ଭଲ ଲାଗିଲା

Sanjukta parichha

01-08-2025 / 14:44:08

ସୁନ୍ଦର ଦେଶାତ୍ମବୋଧକ ଲେଖା ଟିଏ ।

Sanjukta parichha

01-08-2025 / 14:44:07

ସୁନ୍ଦର ଦେଶାତ୍ମବୋଧକ ଲେଖା ଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion