ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭାଲୁ ନାଚିଲା

ଲେଖା : ଡକ୍ଟର ଅରୁଣ କୁମାର ପଣ୍ଡା

ଠେକୁଆ କହିଲା "ଭାଲୁ ଭାଇନା!
କୁଆଡେ ଯାଉଛ, ଟିକେ ରୁହନା
ଥେଇ ଥେଇ କରି ଘଡ଼ିଏ ନାଚ
ଦୁଲୁକି ଉଠୁ ଏ ବଣର ମଞ୍ଚ "

ହସି ହସି ବେଗେ କହିଲା ଭାଲୁ
"ଭାବିଛୁ କି ମୋତେ ଏଡିକି ଓଲୁ
ବିନା ପଇସାରେ ହୁଏ କି ନାଚ
ବୁଝି ଆ ଯାଇ ସତ କି ମିଛ ?"

"ପଇସା-କଉଡି ମୋ ପାଖେ ନାହିଁ
କହିଲା ଠେକୁଆ ଦୁଃଖରେ ଚାହିଁ
ନେବୁ ଯଦି ନେଏ ରଖିଛି କୋଳି
ତୋ ପାଇଁ ଆଣିଛି ଗଛରୁ ତୋଳି

ନାଲି ଟହ ଟହ କୋଳିକୁ ଦେଖି
ଭାଲୁପାଦ ସେଠି ରହିଲା ଲାଖି
ତାକ୍ ଧିନାଧିନ୍ କରିଲା ନାଚ
ଭାବିଲାନି ଟିକେ ଆଗ କି ପଛ


ଗ୍ରାମ/ପୋ :ତୋଟାପଡା
ଭାୟା -ଘଣ୍ଟେଶ୍ଵର
ଜି-ଭଦ୍ରକ -୭୫୬୧୨୯
ମୋ -୯୯୩୭୬୭୨୭୦୮

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

29-08-2025 / 22:09:58

ପିଲାଙ୍କ ମନଲାଖି କବିତାଟିଏ। ବହୁତ ଭଲଲାଗିଲା।

Shashi Kanta palai

09-08-2025 / 06:42:39

ପିଲା ମାନଙ୍କ ପାଇଁ ଏଭଳି ସୁନ୍ଦର କବିତା ଲେଖାଜାରି ରହୁ।

Mohan Kumar swain

01-08-2025 / 15:46:30

ଖୁବ୍ ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion