ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଦୂରରୁ ହୁଅ ଗେଲ

ଲେଖା : ସୁଶ୍ରୀ ସବିତା ଭୋଇ

ଆକ୍ଵାରିଅମର ମାଛକୁ ଦେଖି
ବିଲେଇ ଅଛି ଚାହିଁ
ମାଛ କହୁଛି ନାଚିନାଚିକା
ପାରିବ ନାଇଁ ଛୁଇଁ ।

ରଙ୍ଗରଙ୍ଗିଆ ମାଛକୁ ଦେଖି
ଲାଳ ପଡୁଛି ଗଡି
ନିରିଭୟରେ ମାଛ ଖେଳନ୍ତି
ମଜାରେ ଯୋଡିଯୋଡି ।

ବିଲେଇ କହେ - ଖାଇବି ନାଇଁ
ଆସ ମୋ ସାଥେ ଖେଳ
ମାଛ କହିଲା - ଭାବଟା ଥାଉ
ଦୂରରୁ ହୁଅ ଗେଲ ।

ସଂପାଦିକା - ଇନ୍ଦ୍ରଧନୁ
ଦମକିପାଲି ,ପାଟଣାଗଡ,ଜି.ବଲାଙ୍ଗିର

ଲେଖା ସମ୍ପର୍କୀୟ ମତାମତ

ବୃନ୍ଦାବନ କୁମ୍ଭାର

10-02-2024 / 11:39:33

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion