ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅଗଷ୍ଟ ପନ୍ଦର

ଲେଖା : ପ୍ରଭାତ ଚନ୍ଦ୍ର ରଥ

ଅଗଷ୍ଟ ପନ୍ଦର

ଆସିଲା ମିତ
ପତାକା ପୀଠରେ
ଗାଇବା ଗୀତ
ବାଜା ବଜାଇ
ଚଉଦିଗ ଦେଇ-
ଥିବା ସଜାଇ ।

ନୀଳ ଗଗନରେ
ଦେବା ଉଡ଼ାଇ,
ତ୍ରିରଙ୍ଗାଟି ଆମ
ଜାତି ବଡ଼ାଇ
ସ୍ୱାଧୀନ ଶିରୀ
ଦେଇଦେଲା ହାତେ
ଅନ୍ଧାର ଚିରି ।

ତା` ପାଇଁ ଦେବାଏ
ବେକକୁ ପାତି
ପତେଇ ଦେବାଏ
ଲୁହାର ଛାତି
ଉଡ଼ିବ ସିଏ
ହାତେ ଧରାଇଲା
ମୁକତି ଯିଏ!

ସିଏ ପରା ଆମ
ଗର୍ବ, ଗୌରବ
ଆମରି ପରାଣ
ଶୁଭ ସୌରଭ
ଜୀବନ ଦେଇ
ଭଲ ପାଇବା ତା
ଆଶିଷ ନେଇ ।


ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ
ମୋ-୮୭୬୩୩୦୨୫୦୭

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

15-08-2025 / 20:38:55

ଖୁବ୍ ସୁନ୍ଦର ଲାଗିଲା

ପୌର୍ଣ୍ଣମାସୀ ଦେବୀ

02-08-2025 / 12:06:38

ଭଲ ଲାଗିଲା ଲେଖାଟି

ଜୟକୃଷ୍ଣ ସାହୁ

01-08-2025 / 11:29:55

ପ୍ରଭାତ! ସୁନ୍ଦର ଦେଶାତ୍ମବୋଧକ କବିତାଟିଏ ଲେଖିଛ। ବହୁତ ଭଲଲାଗିଲା। ଧନ୍ୟବାଦ।

ପ୍ରଶାନ୍ତ କୁମାର ଦାଶ

01-08-2025 / 11:19:48

ସମ୍ମାନନୀୟ ପ୍ରଭାତ ସାର୍ଙ୍କ କବିତାଟି ବେଶ ମନଛୁଆଁ ଶିକ୍ଷଣୀୟ ଓ ଉପାଦେୟ ନମସ୍ୟ ପ୍ରତିଭାଙ୍କୁ ନମସ୍କାର ସହ ଅଶେଷ ଧନ୍ୟବାଦ୍ ଜଣାଉଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion