ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଜହ୍ନ

ଲେଖା : ଦିଲ୍ଲୀପ କୁମାର ସାହୁ

ଜହ୍ନ ଯେବେ ଆସେ ଆକାଶ ରେ ଉଇଁ
ଚଉଦିଗ  ତୋଫା ଦିଶେ
ହସେ ବାଟଘାଟ ହସେ ନଈତୁଠ
ଦୂର ତାଳବଣ ହସେ ।
କୋଟିକୋଟି ତାରା ଆକାଶରେ ଭରା
ତମସା ପାରେନି ନାଶି
ଗୋଟିଏ ଜହ୍ନର ଆଲୁଅ ପରଶେ
ସୁନ୍ଦର ଦିଶଇ ନିଶି ।
ପୃଥିବୀ ଘୂରୁଛି ସୂର୍ଯ୍ୟ ଚାରିପଟେ
ସେଥିପାଇଁ  ରାତି ଦିନ
ପୃଥିବୀର ଚାରି ପାଖରେ ନିଇତି
ଘୂରୁଅଛି ଏଇ ଜହ୍ନ ।
ସୂରୁଯ ଆଲୁଅ ଜହ୍ନରେ ତ ପଡି
ଝରଇ ଯୋଛନା ହୋଇ
ଖରା ଲାଗେ ସିନା ଦେହକୁ ଉଷୁମ
ଯୋଛନା ଶୀତଳ ଛାଇ ।
ଜହ୍ନ ରାତିରେ ତ ଭାରି ଭଲଲାଗେ
ଆମ ଗାଁ ବଣ ବିଲ
ଟୁଭି ପୋଖରୀରେ ଖିଲିଖିଲି ହସେ
ମନଲୋଭା କଇଁ ଫୁଲ ।
ପୂରାଣରେ ଲେଖା  ଲକ୍ଷ୍ମୀଙ୍କ ସାଥିରେ
ଜହ୍ନ ତ ସାଗରୁ ଜାତ
ମାଆଙ୍କର ଭାଇ ହୋଇଥିବାରୁ ସେ
ଜହ୍ନମାମୁଁବୋଲି କ୍ଷାତ ।
ଅଝଟ ଛୁଆକୁ ବୁଝାଇବା ପାଇଁ
ମାଆ ଡାକେ ହସିହସି
ଆ ଜହ୍ନମାମୁଁ ସରଗ ଶଶୀ ରେ
କୁନା ହାତେ ପଡ ଖସି ।

ଲେଖା ସମ୍ପର୍କୀୟ ମତାମତ

ସ୍ୱର୍ଣ୍ଣ ଲତା ତ୍ରିପାଠୀ

02-09-2025 / 23:08:54

କବିତାଟି ବହୁତ୍ ଭଲ ଲାଗିଲା ।ଟିକେ ବନାନ ଅଶୁଦ୍ଧି ରହିଛି ।

ହରିପ୍ରିୟା ପଟ୍ଟନାୟକ

02-09-2025 / 17:29:39

ମନଛୁଆଁ କବିତା। କିନ୍ତୁ ବନାନ ଅଶୁଦ୍ଧି ରହିଛି। ଯୋଛନା -ଜୋଛନା କ୍ଷାତି-ଖ୍ୟାତି ହେବ।

ଡ. ବିଜୟା ପାତ୍ର ଓ

01-09-2025 / 18:41:50

ସୁନ୍ଦର ହେଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion