ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ବଦଳିଗଲା ବନମାଳୀ

ଲେଖା : ରତ୍ନାକର ଦାସ

ରାତି ଅଧ ହବ । ବନମାଳୀ ତା` ମା`କୁ କୁଣ୍ଢାଇ ଚିତ୍କାର କରି ଉଠିଲା ହଠାତ୍। ମା` ର ଦେହ ବି ଥରୁଥାଏ ପୁଅର ଏ ଅବସ୍ଥା ଦେଖି। ତଥାପି ସିଏ ଶୋଇଥିବା ରୁମ୍ ର ଝରକା କବାଟ ସବୁ ବନ୍ଦ ଅଛି ବୋଲି ଦେଖିଲେ। ତେବେ କାହିଁକି ପୁଅ ଏମିତି ହେଲା ବୋଲି ପଚାରିଲେ ତାକୁ।
ବନମାଳୀ ରହି ରହି କହିଲା ମା ! ମୁଁ ଯେଉଁ ଠାକୁର ଠାକୁରାଣୀଙ୍କୁ ସବୁଦିନ ପୂଜା କରେ,ସେଇମାନେ ସବୁ ଆସିଥିଲେ ମୋ ପାଖକୁ।ବିଶେଷ କରି ଗଣେଶ ଓ ସରସ୍ଵତୀ ମତେ କହିଲେ ତୋ ପୂଜା ଆରାଧନାରେ ଆମେ ଖୁସି,କିନ୍ତୁ ଏଇ ଆଗାମୀ ପରୀକ୍ଷାରେ ତୁ ଉତ୍ତୀର୍ଣ୍ଣ ହେଇ ପାରିବୁ ନାହିଁ। ଲକ୍ଷ୍ମୀ କହିଲେ ଯିଏ ଅଳସୁଆ ହେଇ ଚାଷ ନ କରି ମତେ ପୂଜା କରେ ,ମୁଁ ତାକୁ ଉପାସରେ ରଖାଏ। ମା` ଦୁର୍ଗା କହିଲେ ଗୁରୁ ଗୁରୁଜନଙ୍କୁ ଭକ୍ତି କରୁ ନ ଥିବା,କାମ ଓ ପାଠ ପଢାର ବାହାନା ଦେଖାଇ ବାପା ମାଆଙ୍କ ବୋଲ ବାଣୀ ଏଡି ଦେଉଥିବା ପିଲାଙ୍କୁ ମୁଁ ବିପଦରେ ସାହାଯ୍ଯ ବି କରେନାହିଁ। ଅନ୍ଯ ଦେବତା ଦେବୀ ମାନେ ବି ବିଭିନ୍ନ କଥା କହିଲେ। ମୁଁ କ`ଣ କରିବି ମା ?
ମା` ବୁଝିପାରିଲେ ବନୁର ମନ କଥା । ସିଏ ଏଇମିତି ଏକ ସୁଯୋଗ ବି ଖୋଜୁଥିଲେ।ପୁଅକୁ କୋଳେଇ ଆଣି କହିଲେ,ଏବେ ବୁଝିଲୁ ତ ? ମୁଁ ବାରମ୍ବାର କହିଥିଲେ ମଧ୍ଯ ମୋ କଥାକୁ ଏ କାନରେ ଶୁଣି ସେ କାନରେ ବାହାର କରି ଦେଇଥିଲୁ। କର୍ତ୍ତବ୍ଯ ନ କଲେ କୌଣସି ଠାକୁର ଠାକୁରାଣୀ ତତେ ସାହା ଭରସା ହେବେ ନାହିଁ। ଶେଷରେ ସେମାନେ ନିଜେ ଆସି ତତେ ସତର୍କ କରି ଦେଇଗଲେ।
ତହିଁଆରଦିନଠୁ ବନମାଳୀ ଫୁଲ ତୋଳିବା ଓ ପୂଜା କରିବାକୁ ଗୁରୁତ୍ୱ ନ ଦେଇ ପଢାରେ ମନ ବଳାଇଛି। ବାପା ମା` କଥାକୁ ମଧ୍ଯ ଏଡି ଦେଉନାହିଁ ଆଗଭଳି।

ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି
ଶଂଖୋ,କେନ୍ଦୁଝର।

ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-08-2025 / 15:59:57

ସୁନ୍ଦର ଶିକ୍ଷଣୀୟ ଗପ ଟିଏ ।

Mohan Kumar swain

01-08-2025 / 15:32:24

ଠିକ୍ ଅଛି

ମିନତି ପଟ୍ଟନାୟକ

01-08-2025 / 14:34:56

ଶିକ୍ଷଣୀୟ

ଜୟକୃଷ୍ଣ ସାହୁ

01-08-2025 / 11:13:14

ଛୋଟ ଗପଟିଏ ହେଲେ ବି ଶିକ୍ଷଣୀୟ ହୋଇଛି। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion