ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଟୁକୁନା ଋଷିଛି

ଲେଖା : ସୁଶ୍ରୀ ସଂଯୁକ୍ତା ପରିଚ୍ଛା

ଏଡିକି ଟିକେ କଅଁଳା ଛୁଆ
ଋଷି ବସିଛି ଆଜି ,
କିଏ ସେ ତାକୁ କହିଲ କିସ
ଘର ମୁରବି ସାଜି ।
କେତେ ସୁଧାର ଟୁକୁନା ଆମ
ଜମା କରେନା ଅଳି ,
ଯାହା କହିଲେ ମାନି ସେ ଯାଏ
କେବେ ଖାଏନା ଗାଳି ।
ଆଜି କାହିଁକି ଋଷି ବସିଛି
ଘର କୋଣରେ ଯାଇ ,
କିଛି ଖାଉନି କିଛି କହୁନି
କାନ୍ଦୁଛି କଇଁ କଇଁ ।
ଘର ବାହାର ଖୋଜା ପଡ଼ିଲା
କଅଣ ତାର ଲୋଡ଼ା,
ଆକାଶ ଜହ୍ନ ଚିଲିକା ମାଛ
ଅବା ପବନ ଘୋଡ଼ା ।
ବଡ଼ ସରାଗେ ପାରା କୁକୁଡ଼ା
ସାଥେ ସେ ଖେଳେ ନିତି ,
ଛେଳି ,ବାଛୁରୀ,ଶୁଆ, ବିଲେଇ
ସଭିଏଁ ତା'ର ସାଥୀ ।
ଆଖି ଆଗରେ ଛେଳି ଛୁଆର
ଜୀବନ ଗଲା ନାଶ ,
ମାଉଁସ ଖାଇ ସଭିଏଁ ଖୁସି
ହଜିଛି ତା'ର ହସ ।

ପାଟଣାଗଡ଼, ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

30-08-2025 / 20:50:39

ସୁନ୍ଦର ଭାବ ପୂର୍ଣ୍ଣ କବିତା

ବୃନ୍ଦାବନ କୁମ୍ଭାର

02-08-2025 / 09:25:23

ଅତି ସୁନ୍ଦର

ବିଜୟା

02-08-2025 / 00:08:14

ଭଲ ଲାଗିଲା, କବିତା ରଚନା ଶୈଳୀ ବି, ମେସେଜ୍ ବି।

ବିରଞ୍ଚି ନାରାୟଣ ଦାଶ

01-08-2025 / 22:18:39

ବହୁତ ଭଲ ହୋଇଛି କବିତା।

Dhananjaya swain

01-08-2025 / 16:33:58

Bhala lagila

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion