ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅଗଷ୍ଟ:୨୦୨୫ , ଦ୍ବିତୀୟ ବର୍ଷ:ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମାଙ୍କଡ଼ ବିଲେଇ ଲାଗିଲେ କଳି

ଲେଖା : ସୁଜିତ କୁମାର ମିଶ୍ର

ମାଙ୍କଡ଼ ବିଲେଇ ଲାଗିଲେ କଳି,
କଥା କଟାକଟି ତେଜିଲା ପୁଣି ।
ମାଙ୍କଡ଼ କହିଲା ଶୁଣୁ ବିଲେଇ,
ମୋ ପରି ଭକତ ଜଗତେ କାହିଁ?
ଆକାଶ ତଳେ ମୋ ମୁକ୍ତି ଜୀବନ,
ଶେଜ ପରା ତୋର ଅନ୍ଧାର କୋଣ ।
ଡାଳ ଫଳ ପତ୍ର ମୋର ଆହାର,
ଜଗୁଥାଉ ତୁହି ଅଇଁଠା କା`ର ।
ବିଲେଇ କହିଲା ଶୁଣୁ ମାଙ୍କଡ଼,
ମୁଁ ପରା ସଭିଙ୍କ ବିଶ୍ବାସ ଗଡ ।
ନାହିଁ ତୋର ପରା ଖଣ୍ଡିଏ ବାସ,
ମୋ ପାଖରେ ଅଛି ରାଜ ଉଆସ ।
ଘରର ଛାତକୁ ଭାଙ୍ଗୁ ତୁ ଡେଇଁ,
ସୁରକ୍ଷାକାରୀ ମୁଁ ମାଲିକ ପାଇଁ ।
ସବୁ ଜୀବ ପାଶେ ଅଛି ସୁଗୁଣ,
କଳି କର କିଆଁ ବନ୍ଧୁ ଦିଜଣ ?

ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

24-08-2025 / 22:50:00

ଭଲ ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion