ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ଚକୋଲେଟ୍

ଲେଖା : ଦାଶ ବେନହୁର

ମତେ ଭଲ ନ ପାଉଥିବା ପିଲା କିଏ କେଉଁଠି ଥିବ ବୋଲି ମୋର ବିଶ୍ଵାସ ହେଉନି। ଯିଏ ନ ଖାଇଚି ନାହିଁ, ମାତ୍ର ଯିଏ ଥରେ ଚାଖିଚି ସେ ମୋର ବାସ୍ନା ଓ ସୁଆଦ ଭୁଲିପାରିବନି। ଏମିତି ଦେଶ ନାହିଁ, ମୁଁ ଯେଉଁଠି ନ ମିଳେ।
ଅନେକେ ଜାଣି ନ ଥିବେ ଯେ ମୋର ସ୍ଵାଦ ପ୍ରକୃତରେ ପିତା। ମୁଁ କୋକୋ ଗଛର ଫଳରୁ ତିଆରି । କୋକୋ ଫଳକୁ ଆଣି ସଫାକରି
ସିଝେଇ, ଭାଜି, ଚୋପା ଛଡ଼େଇ ସେଇ ଶସକୁ ଗୁଣ୍ଡ କଲେ ମୁଁ ବାହାରେ । ହେଲେ ପୁଣି ମତେ ଖଣ୍ଡ ନ ହେଲେ ଲୁହଣି କରି ପ୍ରସ୍ତୁତ କରାଯାଏ।
ପରବର୍ତ୍ତୀ ସମୟରେ ସେଥିରେ ମିଠା,କ୍ଷୀର ଓ ଅନ୍ଯାନ୍ଯ ସ୍ନେହସାର ମିଶେଇ ମତେ ସୁସ୍ବାଦୁ କରାଯାଏ। ମିଠା ମିଶାଯାଉଥିବାରୁ ମୋର ପିତା ଅଂଶ ଜଣାପଡ଼େ ନାହିଁ । ତେବେ କେହି କେହି ମୋର ପିତା ସ୍ଵାଦକୁ ମଧ୍ୟ ବେଶ୍‌ ଉପଭୋଗ କରନ୍ତ । ମୋର ରଙ୍ଗ ଗାଢ଼ ଖଇରିଆ। କିନ୍ତୁ ଧଳା ଚକୋଲେଟ୍‌ ତିଆରି କରିବାଲାଗି ମତେ ଲହୁଣି ଆକାରରେ କ୍ଷୀର ଓ ଚିନି ସହିତ ମିଶାଇ ତିଆରି କରାଯାଏ। ମେସିକୋ ଓ ଦକ୍ଷିଣ ଆମେରିକା ଭଳି ଅଞ୍ଚଳରେ ମୋର ବ୍ୟବହାର ଖ୍ରୀଷ୍ଟପୂର୍ବ ୧୧୦୦ରୁ ହେଲାଣି। ଖଣ୍ଡ କୋକୋ ଖାଇଲେ ରକ୍ତଚାପ କମେ ବୋଲି ଗବେଷଣାରୁ ଜଣାପଡ଼ିଛି। ମାତ୍ର କୋକୋରୁ ପ୍ରସ୍ତୁତ ମୋର ମିଠାରୂପ ସାରା ଜଗତକୁ ଆକୃଷ୍ଟ କରିଛି । ମେଳା ମଉତ୍ସବରୁ ଆରମ୍ଭ କରି ଖୁସିର ଦିନ ଗୁଡ଼ିକରେ ଉପହାର ଦେଲା ଭଳି ମୋ ଠାରୁ ଅଧକ ପ୍ରିୟ ପଦାର୍ଥ ଆଉ କ`ଣ ଅଛି ଇଉରୋପ ମହାଦେଶରେ ମତେ ମିଠା କରି ଦିଆଗଲା, ନଚେତ୍‌ ମେକ୍ସିକୋ ଓ ଦକ୍ଷିଣ ଆମେରିକାରେ ପ୍ରାଚୀନ କାଳରେ ସେଇ ପିତା ସ୍ଵାଦ ଧରି ମୁଁ ବ୍ୟବହୃତ ହେଉଥିଲି । ବିଲାତର ଜନ୍‌ କାଡ୍‌ବରି ମତେ ଲମ୍ବାଳିଆ ଖଣ୍ଡ କରି ପ୍ରସ୍ତୁତ କଲେ ଓ ସର୍ବଜନାଦୃତ କରିଦେଲେ। ମୋର ଅନେକ ଗୁଣ ଭିତରୁ, ପିଲାମାନଙ୍କର ବୁଦ୍ଧି ବଢ଼ାଇବାରେ ମୁଁ ସହାୟକ ବୋଲି ଏବେ କୁହାଗଲାଣି । ତେବେ ମୋ ନାମକୁ ଯୋଡ଼ି ଯେଉଁମାନେ ଖାଲି ମିଠା ଚିନିର ଖଣ୍ଡକୁ ଚକୋଲେଟ୍‌ ବୋଲି କହୁଛନ୍ତି, ସେମାନଙ୍କ ପ୍ରତି ସାବଧାନ ରହିବା ଦରକାର ।

ଲେଖା ସମ୍ପର୍କୀୟ ମତାମତ

ସ୍ୱର୍ଣ୍ଣ ଲତା ତ୍ରିପାଠୀ

02-09-2025 / 23:01:56

ବହୁତ୍ ଶିକ୍ଷଣୀୟ ପିଲାଙ୍କ ମନଛୁଆଁ ଗଳ୍ପ ।ବହୁତ୍ ବହୁତ୍ ଧନ୍ୟବାଦ୍ ।ନମସ୍କାର ।

ହରିପ୍ରିୟା ପଟ୍ଟନାୟକ

02-09-2025 / 17:36:17

ଆତ୍ମଲିଖନ ଛଳରେ ସୁନ୍ଦର ବାର୍ତ୍ତା ଦେଉଥିବା ଗଳ୍ପଟିଏ।

ଡ. ବିଜୟା ପାତ୍ର

01-09-2025 / 18:39:46

ସାନ ସୀନ ଦାନ ତା ମହାନ। ଭଲ ଲାଗିଲା।

ଜୟକୃଷ୍ଣ ସାହୁ

01-09-2025 / 14:34:06

ସୁନ୍ଦର ଶିକ୍ଷଣୀୟ ଗପଟିଏ। ଭଲଲାଗିଲା।

ଧୀରେନ ମିଶ୍ର

01-09-2025 / 14:01:26

ଗଳ୍ପ ଛଳରେ ପିଲାମାନେ ଆତ୍ମକଥା ଲିଖନ ଶୈଳୀର ପ୍ରୟୋଗ ନିଶ୍ଚିତ ଭାବରେ ଜାଣିପାରିବେ । ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion