ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହେ ପ୍ରିୟ ଗୁରୁ ମୋର

ଲେଖା : ଜିତେନ୍ଦ୍ର ଚନ୍ଦ୍ର ସାହୁ

ତୁମେ ବ୍ରହ୍ମା, ବିଷ୍ଣୁ ତୁମେ ମହେଶ୍ୱର
ହେ ପ୍ରିୟ ଗୁରୁ ମୋର
ତୁମରି ଆଶିଷେ ଜ୍ଞାନର ଆଲୋକ
ଚଉଦିଗ ବାସେ ମୋର 
         ହେ ପ୍ରିୟ ଗୁରୁ ମୋର  ।
ଧର୍ମ ,ନିତି ,ଶିକ୍ଷା ଜୀବନ ର ଦିକ୍ଷା
ଢାଳି ଶିକ୍ଷାମୃତ ଧାର
ଜୀବନ ଜୀବିକା ହୋଇ ବିଶ୍ଵକର୍ମା
ସାଜ ତୁମେ ରୂପ କାର
         ହେ ପ୍ରିୟ ଗୁରୁ ମୋର  ।
ଅଜ୍ଞାନ ଅନ୍ଧାର କରିଅଛ ଦୂର
ଦୀପ ଶିଖା ହୋଇ ମୋର
ଚାଲିଲେ ଅବାଟ କରିଛ ଆକଟ
ଖୋଲିଛ ସୁପଥ ଦ୍ଵାର 
          ହେ ପ୍ରିୟ ଗୁରୁ ମୋର  ।
ମନ୍ଦ ବୁଦ୍ଧି ମୋର କରିଅଛ ନାଶ
ସାଜି ତୁମେ ମହେଶ୍ୱର
ସତ୍ୟ, ଶାନ୍ତି,ଦୟା କ୍ଷମା ଆଚରଣ
ହେବ ଏହା ବ୍ରତ ମୋର
          ହେ ପ୍ରିୟ ଗୁରୁ ମୋର  ।
ତୁମରି ଚରଣେ କୋଟି ନମସ୍କାର
ପରଂବ୍ରହ୍ମ ଗୁରୁ ମୋର
ଚିର ବନ୍ଦନୀୟ ଏ ଧରା ପୃଷ୍ଠାରେ
ଯୁଗେ ଯୁଗେ ଶ୍ରେଷ୍ଠତର
         ହେ ପ୍ରିୟ ଗୁରୁ ମୋର  । 

         
ବସୋଇ, ପରଜଙ୍ଗ, ଢେଙ୍କାନାଳ
      ମୋ.୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion