ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରଖିଯିବା ଯଶ ନାମ

ଲେଖା : ନୀଳମଣି ଚାନ୍ଦ

ଘଣ୍ଟା ଚାଲୁଥାଏ ନଈ ବହୁଥାଏ
ଅଟକିବା ଦେଖିନାହିଁ
ପଛକୁ ନ ଚାହିଁ ଆଗକୁ ଚାଲରେ
ଶିକ୍ଷା ଦିଏ ଆମ ପାଇଁ।

ଆଗକୁ ଚାଲିବା କଥାଟି ଶିଖିବା
ଘଣ୍ଟା ଓ ନଈକୁ ଦେଖି
ଆଜି କାମ ଆଜି କରିବା କଥାଟି
ଦେବା ଡାଏରୀରେ ଲେଖି।

ଅଳସୁଆ ଯିଏ କାମକୁ ପକେଇ
ବସି ମାରୁଥାଏ ହାଇ
ଆଗକୁ ଚାଲିବା କଥା ପୂରାପୂରି
ମନରୁ ସେ ଭୁଲିଥାଇ ।

ଘଣ୍ଟା ଚାଲୁଥାଉ, ନଈ ଚାଲୁଥାଉ
ହାତ ଚାଲୁଥାଉ ଆମ
ଭଲକାମ କରି ଆଗେଇ ଚାଲିଲେ
ରଖିଯିବା ଯଶ ନାମ ।

୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-09-2025 / 14:29:28

ଶିକ୍ଷଣୀୟ କବିତାଟିଏ। ଭଲଲାଗିଲା।

ଧୀରେନ ମିଶ୍ର

01-09-2025 / 13:45:47

ନଈ ପରି ଗତିଶୀଳ ହେବାର ଦୃଷ୍ଟାନ୍ତ କୁନିପିଲାଙ୍କ ମନରେ ଭାବାବେଗ ସୃଷ୍ଟି କରିବ ନିଶ୍ଚୟ । ପ୍ରଣାମ ।

ମୋହନ କୁମାର ସ୍ୱାଇଁ

01-09-2025 / 11:34:48

Sundar ଶିକ୍ଷଣୀୟ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion