ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମଘର ପୁଶି ବିଲେଇ

ଲେଖା : ମୋହନ କୁମାର ସ୍ୱାଇଁ

ଆମଘର ପୁଶି ବିଲେଇ
ଚୁଲିମୂଳେ ଯାଇ ଶୁଅଇ 
ମାଛ ଆଣିଥିଲେ କକେଇ
ବାସନାରୁ ଜାଣି ପାରଇ 
ନସର ପସର ହେଇକି
ବୁଲୁଥାଏ ଘର ବାରିକି ।

ଖାଇଲା ବେଳଟି ହୋଇଲେ
ବସିପଡ଼େ  ଆସି ହାଉଲେ
ଘଷି ହୁଏ ଆସି ପାଖରେ
ବସି ପଡ଼େ ଯାଇ ଉପରେ
କଣ୍ଟା ଖଣ୍ଡେ ଦେଲେ ପକାଇ
ଶରଧାରେ ଖାଏ ଚୋବାଇ 
ଭୋକ ହେଲେ ଦିଏ ଜଣାଇ
ମିଆଁଉ ନିଆଁଉ କରାଇ ।


ବେଣାପୁର, କଣ୍ଟିଗଡ଼ିଆ,ଯାଜପୁର

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

01-09-2025 / 18:34:50

ଛୋଟ କବିତା ହେଲେବି ମନକୁ ଛୁଇଁଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion