ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କଳାକାହ୍ନୁ ମୋ ଭକତି ଘେନ

ଲେଖା : ସୁଜିତ କୁମାର ମିଶ୍ର

ଦେବକୀ କୋଳେ ଜନମ ନେଇ
      ରହି ଯଶୋଦା ପାଶେ
 ମୋହିଲ ବିଶ୍ବ ଚଗଲାପଣେ 
     ବାଲ୍ୟଲୀଳାର ବେଶେ ।

ବଇଁଶୀ ଧରି ଚାଲିଲ ବନେ
     ସାଙ୍ଗ ସାଥିକୁ ନେଇ
ଡେରି ହୋଇଲେ ଯଶୋଦା ପ୍ରାଣ 
     କାନ୍ଦଇ କଇଁ କଇଁ  ।

ଚୋରି କରିଲ କ୍ଷୀର ଲବଣୀ
        ଶିକାରେ ଥିଲା ଯେତେ
ଧରା ପଡିକି ମାଆ ହାତରୁ
       ମାଡ ଖାଇଲ କେତେ  ।

ମାଟି ଖାଇଲ ବୋଲି ଯଶୋଦା 
       ରାଗରେ ହେଲେ କୋପ
ଆଁ` କରିକି  ଦେଖାଇ ଦେଲ
        ବିଶ୍ବବ୍ରହ୍ମାଣ୍ଡ ରୂପ । 

ଛଳେ ଆସିଲା  ପୁତନା ପୁଣି 
      ନେବାକୁ ତୁମ ପ୍ରାଣ
ବିନାଶ କରି   ଦେଖାଇ ଦେଲ 
      ଅସୀମ ପ୍ରଭୁପଣ  ।

   ଗୋପବାସୀକୁ ଉଦ୍ଧାର କଲ
        ଗୋବର୍ଦ୍ଧନକୁ ଟେକି
   ଚକିତ ହେଲେ  ସଭିଏଁ ତୁମ 
          ଦିବ୍ୟ ଶକତି ଦେଖି ।

କଳାକାହ୍ନୁ ମୋ ଭକତି ଘେନ
      ଅବୋଧ ପିଲା ମୁହିଁ
ଆଶିଷ ତୁମ   ପ୍ରାପତ ହେଉ 
ସାରା ଜନମ ପାଇଁ

ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

01-09-2025 / 11:32:45

ପିଲାଏ ପଢ଼ିଲା ଭଳି ସୁନ୍ଦର ଶିକ୍ଷଣୀୟ କବିତା । ଏହି ଭଳି କବିତା ପ୍ରକାଶ ପାଇଲେ ପତ୍ରିକାର ମାନ ବୃଦ୍ଧି ପାଇବ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion