ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରୋଇବା ଚାରା

ଲେଖା : ଦୀନବନ୍ଧୁ ପୋଇ

ଆସରେ ପିଲେ ରୋଇବା ଚାରା
ଦେଖି ପଡିଆ ଭୂଇଁ
ତାପାଇଁ ସିନା ବଞ୍ଚିଛେ ଆମେ
ମନା କରିବା ନାଇଁ ।
ଦିଅଇ ସିଏ ଆମକୁ ପିଲେ
ଫଳ ଫୁଲ ଓ ଛାଇ
ବାଟୋଇଟିଏ ତା ମୂଳେ ବସି
ଖରାରେ ମାରେ ହାଇ ।
ହରିଣ ଛେଳି ବଞ୍ଚନ୍ତି ସବୁ
ତାର ପତର ଖାଇ
ପାଚିଲେ ଫଳ କାଉ ମାଙ୍କଡ
ଖାଆନ୍ତି ଡାଳେ ଥାଇ ।
ଅମ୍ଳଜାନ ଦେଇ ସେ ନିଏ
ଅଙ୍ଗାରକାମ୍ଲ ଶୋଷି
ନଥିଲେ ଗଛ ଧରାରେ  ପିଲେ
ପାରନ୍ତେ ନାହିଁ ହସି ।
କାଟି ତା ଡାଳ ଗଢି ପଲଙ୍କ
ପାରୁଛେ ଆମେ ଶୋଇ
ବାତ୍ୟା ପବନ ରୋକି ବି ପାରେ
ଧରାରେ ଛିଡା ହୋଇ ।
ବୁଢା ବେଳରେ ତା ଡାଳ ନେଇ
ଗଢି ବଙ୍କୁଲି ବାଡି
ସଳଖି ଅଣ୍ଟା ଅଜା ଚାଲଇ
ଧଳା ନିଶକୁ ମୋଡି ।
ତାଡାଳେ ବସା ବାନ୍ଧି ପକ୍ଷୀଏ
ରହନ୍ତି ଖୁସି ହୋଇ
କେତେ ଯେ ସିଏ ସାହାଯ୍ୟ ଦିଏ
ଜୀବ ଜଗତ ପାଇଁ ।
ଶତ୍ରୁ ହେଲେ ବି ମନା କରେନି
ତାପାଖକୁ ଗଲେ ଯିଏ
ତା ଉପକାର ପାଇବ ଯଦି
ଗଛ ଲଗାଉ ସିଏ l


ଗୋରଡ଼ା ପାଳ , କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ

କୀର୍ତ୍ତନ ସାର୍

01-09-2025 / 17:07:56

ପରିବେଶ ସଚେତନତା ଉପରେ କବିତାଟି ଭଲ ହେଇଛି ।

ନିରଞ୍ଜନ ପତି

01-09-2025 / 12:22:15

ଭଲ କବିତା । ପରିବେଶ ସଚେତନ କରାଇବା ଏହାର ଉଦ୍ଦେଶ୍ୟ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ।ଜୟ ଜଗନ୍ନାଥ ।

ମୋହନ କୁମାର ସ୍ୱାଇଁ

01-09-2025 / 11:23:35

ଅତି ସୁନ୍ଦର ଲାଗିଲା କବିତା ଟି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion