ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସେ ଚିର ଅପାଶୋରା

ଲେଖା : ଡ. ବିଜୟା ପାତ୍ର

ଓଡିଶା ଆମ ରାଇଜ ସେଠି
ଅଛି ଗୋଟିଏ ଗାଆଁ,
ଯେଉଁଠି ମୁହିଁ ଜନମ ନେଇ
ଡାକିଲି କୁଆଁ କୁଆଁ।
ଧୀରେ ଧୀରେ ମୁଁ ହୋଇଲି ବଡ
ପାଦ ଥାପିଲି ଯହିଁ,
ସେହି ତ ମୋର ଅତି ନିଜର
ପ୍ରିୟ ଜନମ ଭୂଇଁ।
ତା ଶସ୍ଯ କ୍ଷେତ, ତା ନଈ ନୀର
ଯୋଗାଏ ମତେ ବଳ,
ତା ବୁକୁ ପରେ ସାଥୀ ମେଳରେ
ଖେଳିଛି କେତେ ଖେଳ।
ଲଟା ବୁଦାରୁ ତୋଳିଛି କେତେ
ଭଳିକି ଭଳି କୋଳି,
ଯାନି ଯାତରା ଦେଖିଛି କେତେ
ଖେଳିଛି ରଜ ଦୋଳି।
ପାଟ ପୋଖରୀ ଭିତରେ ପଶି
ଆଣିଛି ପଦ୍ମ, କଇଁ,
ପୂଜିବେ ବୋଲି ସାହୀର ଝିଅ
ଖୁଦୁରୁକୁଣି ପାଇଁ।
ବାରି ଅଗଣା ପାହାଚେ ବସି
ଦେଖିଛି କେତେ ଜହ୍ନ,
ଜେଜେମା କୋଳେ ଗପ ଶୁଣିଛି
ପୁରି ଉଠିଛି ମନ।
ବୋଉ କରଇ ନିତି ରୋଷେଇ
ପୂଜାରେ ପିଠାପଣା,
ଅନ୍ଧାର ରାତି ଦେଖିଲେ ଲାଗେ
ହେବି କି ବାଟବଣା?
ଗାଆଁ ସ୍କୁଲ୍ ଟି ମୋ ପ୍ରିୟ ସ୍ଥାନ
ପଢଇ ଯାଇ ପାଠ,
ଗୁରୁଜୀ ଗଣ ପଢାନ୍ତି, କହି,
ହୁଅ ରେ ଭଲ ଚାଟ।
ପ୍ରତିଟି ଦିନ ମୋ ପାଇଁ ଏଠି
ହସ ଖୁସିରେ ଭରା,
ଗାଆଁ କୁ ମୋର ଭୁଲିବି ନାହିଁ
ସେ ଚୀର ଅପାଶୋରା।


କୋଟି ତୀର୍ଥ ଲେନ୍
ଭୁବନେଶ୍ୱର-୨
ମୋ-୯୪୩୭୦୧୪୩୨୨

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା

02-09-2025 / 19:50:54

ସମସ୍ତଙ୍କୁ ଧନ୍ଯବାଦ ମୋ କବିତା ପଢି ଥିବାରୁ।

ହରିପ୍ରିୟା ପଟ୍ଟନାୟକ

02-09-2025 / 17:58:39

ଜନ୍ମ ଭୁଇଁ କବିତାଟି ଭଲଲାଗିଲା।

ମୋହନ କୁମାର ସ୍ୱାଇଁ

01-09-2025 / 10:37:22

ଜନ୍ମ ଭୂଇଁ ଆଧାରିତ କବିତା ଟି ଭଲ ଲାଗିଲା

Dhananjaya swain

01-09-2025 / 10:16:02

It reminds me of my childhood days.

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion