ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କଲମ ମୋର ସାଥୀ

ଲେଖା : ପ୍ରଶାନ୍ତ କୁମାର ଦାଶ

କଲମ ମୋର ଜୀବନ ମିତ
କଲମ ପୁଣି ସାଥୀ
କଲମ ଧରି ସଞ୍ଜ ସକାଳେ
ଲେଖାରେ ଯାଏ ମାତି ||

ହାତରେ ଥିଲେ କଲମ ମୋର
ଦେହରେ ଭରେ ବଳ
କଲମ ପାଇଁ ମିଳଇ ମତେ
ପାଠରେ ଭଲ ଫଳ ||

କଲମ ଧରି ଲେଖଇ ଗପ
କବିତା କେତେ ଭଳି
ଦେଖାଏ ଭଲ ବାଟ କଲମ
ଦୀପଟି ପରି ଜଳି ||

କାଗଜ ପିଠି ଉପରେ ଛୁଟେ
ଥକି ପଡେନା ଜମା
କଲମ ଥାଇ ପାଖରେ ତଡେ
କେତେ ଅଜ୍ଞାନ ଅମା ||

କଲମ ଥିଲେ ମନର ବଳ
ଦିଗୁଣ ଯାଏ ଵଢି
ତା ପାଇଁ ଧାଏଁ ମନପବନ
ଘୋଡାରେ ମୁଁଯେ ଚଢି ||

ନୂଆ କଲମ ବଜାରୁ ଆଣି
ଦେଲେତ ଦିନେ ଵାପା
ହଜାଇଦେଵୁ ନାହଁ କଲମ
ହସି କହିଲା ଅପା ||

ରଖିଲି ପାଖେ ସେଇ କଲମ
ସାଇତି ପିଲାଵେଳୁ
ହେଲିତ ଦିନେ କବି ଲେଖକ
ବାଲିରେ ଖେଳୁ ଖେଳୁ ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଶୁଭ ନାରାୟଣ ଶତପଥୀ

05-09-2025 / 20:25:51

ସୁନ୍ଦର

ହରିପ୍ରିୟା ପଟ୍ଟନାୟକ

02-09-2025 / 16:38:41

ସୁନ୍ଦର ଶିଶୁ କବିତା।

Dr. Bijaya patra

01-09-2025 / 18:29:23

ବହୁତ ସରଳ ଭାଷାରେ ଲେଖା ଏକ ଉପାଦେୟ କବିତା। ଭଲ ଲାଗିଲା।

ସ୍ୱର୍ଣ୍ଣ ଲତା ତ୍ରିପାଠୀ

01-09-2025 / 16:27:58

ବହୁତ୍ ଶିକ୍ଷଣୀୟ ଶିଶୁ ମନଛୁଆଁ କବିତା ।

ଜୟକୃଷ୍ଣ ସାହୁ

01-09-2025 / 14:10:40

କଲମ ଉପରେ ସୁନ୍ଦର କବିତାଟିଏ। ଭଲଲାଗିଲା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion