ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପ୍ରାର୍ଥନା

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ଜୟ ବିଶ୍ୱପତି ଘେନ ପ୍ରଣତି ହେ,
ତବ ପୟରେ ଏତିକି ମିନତି ହେ।
ହେଉ କରୁଣା ଆଶ୍ରିତ ସଦା ମୋରେ
ଜୟ ଦେବ ହରେ ଜଗଦୀଶନ ହରେ।
** ** ** ** **
ଜୟ ବିଶ୍ଵର ଶାନ୍ତି ନିକେତନ ହେ,
ଭବ ପାପ,ତାପ,ଦୁଃଖ ଖଣ୍ଡନ ହେ।
ଦୁଃଖ,ପାପ ନ ଦିଅ ମୋ ପ୍ର।ଣପୁରେ
ଜୟ ଦେବ ହରେ ଜଗଦୀଶ ହରେ।
** ** ** ** **
ଜୟ ଅନ୍ତର୍ଯ୍ୟାମୀ ପରମେଶ୍ବର ହେ,
ଜୟ ଭକତ ଜନ ସହୋଦର ହେ ।
ଦିଅ ଗୁରୁଜନେ ଭକ୍ତି ନିରନ୍ତରେ,
ଜୟ ଦେବ ହରେ ଜଗଦୀଶ ହରେ।
** ** ** ** **
ଜୟ କୃପାମୟ ପଦ୍ମଲୋଚନ ହେ ,
ନିରାଶ୍ରୟ ହୋଇ ପଶେ ଶରଣ ହେ।
ଭସିଯାଉ ଏ ମନ ଭୃଙ୍ଗ ତୋଷରେ,
ଜୟ ଦେବ ହରେ ଜଗଦୀଶ ହରେ।

(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

02-09-2025 / 16:36:12

ପିଲାଙ୍କ ପାଇଁ ପ୍ରାର୍ଥନାଟି ଭଲ ହେଇଛି।

ସ୍ୱର୍ଣ୍ଣଲତା ତ୍ରିପାଠୀ

01-09-2025 / 16:45:40

ମୋହନ ସାର୍ ,ନମସ୍କାର । ଘୋଷ। ପଦରେ ମୁଁ ଜଗଦୀଶନ ଲେଖି ନ ଥିଲି । କେମିତି ଭୁଲରେ ଛପା ହୋଇଛି ।ପ୍ରାର୍ଥନାରେ ପିଲାମାନେ ବୋଲିବା ପାଇଁ ଧାଡ଼ି ଶେଷରେ ହେ ଶବ୍ଦ ଦେଇଥିଲି ।ଆଉ କଣ କରିଥିଲେ ଭଲ ହୋଇଥାନ୍ତା,ଜଣାଇବେ ।ଯାହାହେଉ,ମୋ ତ୍ରୁଟିକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି,ବହୁତ୍ ବହୁତ୍ ଧନ୍ୟବାଦ୍ ।

ମୋହନ କୁମାର ସ୍ୱାଇଁ

01-09-2025 / 10:56:24

ବାରମ୍ବାର ହେ ଶବ୍ଦ ପ୍ରୟୋଗ କରି ଜଣାଣ ଶ୍ରୁତି ମଧୁରତା ହ୍ରାସ ହେଲାଭଳି ମନେହେଲା । ଘୋଷା ପଦରେ ପ୍ରଥମେ ଜଗଦୀଶନ ଥିଲା ବେଳେ ଅନ୍ୟ ପଦରେ ଜଗଦୀଶ ଲିଖିତ ହୋଇଛି । ଧ୍ୟାନ ଦେବାକୁ ଅନୁରୋଧ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion