ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅଜାଙ୍କ ମଜା

ଲେଖା : କବିଜ୍ୟୋତି ନିରଞ୍ଜନ ପତି

ବର୍ଷା ଆସିଲାଣି ଘରକୁ ଯିବା,
ବାଟରୁ କିଣିକି ବେସନ ନେବା ।
ବରଷା ପାଗକୁ ପକୁଡ଼ି ମଜା,
ଖାଇବାକୁ ସଜ ହୋଇଲେ ଅଜା ।

ଅଦା ଲଙ୍କା ସହ ପିଆଜ କାଟି,
ପିଠୋଉ ରେ ଆଈ ଦେଲେତ ଫେଣ୍ଟି ।
ପକୁଡ଼ି ଭିତରେ ଲଙ୍କା ର ଖଣ୍ଡ,
ଚୋବେଇ ପୋଡ଼ିଲା ଅଜାଙ୍କ ତୁଣ୍ଡ ।

ହୁଉ ହାଆ ହୋଇ ଡେଇଁଲେ ଅଜା
ନାତୁଣୀ ଦେଖିଲା ଅଜାଙ୍କ ମଜା ।
କହିଲା ଚୋବାଅ ମଟର ଭଜା,
ଦୂର ହେବ ପାଟି ପୋଡ଼ାର ସଜା ।

ଟାଣୁଆ ମଟର ଦାନ୍ତରେ ଖାଇ,
ଭାଙ୍ଗି ଗଲା ଗୋଟେ ଆଘାତ ପାଇ ।
ସେଦିନୁ ପକୁଡ଼ି,ମଟର ଭଜା,
କେବେ ଖାଆନ୍ତିନି ଧଡ଼ିଆ ଅଜା ।

ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

02-09-2025 / 17:43:06

ମଜାଳିଆ ଶିଶୁ କବିତା ଭଲ ଲାଗିଲା।

ମହେନ୍ଦ୍ର କୁମାର ଦାଶ

01-09-2025 / 19:26:25

କବିତା ଖୁବ୍ ମଜାଦାର କବିଙ୍କୁ ଅଭିନନ୍ଦନ

ଜୟକୃଷ୍ଣ ସାହୁ

01-09-2025 / 14:03:46

ସୁନ୍ଦର ମଜାଳିଆ କଵିତା। ଭଲଲାଗିଲା।

ଧୀରେନ ମିଶ୍ର

01-09-2025 / 13:57:18

ସୁନ୍ଦର ମଜା କବିତା । ଅନେକ ଅଭିନନ୍ଦନ ଓ ପ୍ରଣାମ ।

ନିରଞ୍ଜନ ପତି

01-09-2025 / 11:41:16

ସୁନ୍ଦର ଅଭିମତ ରଖିଲେ । କୃତଜ୍ଞତା ଜ୍ଞାପନ କରୁଛି ।ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion