ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସାତ ରଙ୍ଗର ଝୋଟି

ଲେଖା : ତପନ କୁମାର ସ୍ବାଇଁ

ଏତେ ସୁନ୍ଦର ଧରାରେ ଛବି
କିଏସେ ଦେଲା ସକାଳୁ ଆଙ୍କି
ଅନ୍ଧାର ଥିଲା ଘୋଟି,
ସାରା ମୂଲକେ ପକାଇ ଦେଲା
ସାତ ରଙ୍ଗର ଝୋଟି ।

ଜାତି ଜାତିକା ଫୁଟିଛି ଫୁଲ
ସତେକି ସିଏ ଅମୂଲ ମୂଲ
ଅଟକି ଯାଏ ଆଖି,
କିଏସେ ସିଏ ଫୁଲର ଦେହେ
ରଙ୍ଗ ଦେଇଛି ମାଖି ।

ଉଡ଼ି ଉଡ଼ିକା ପରଜା ପତି
କୋଉଠି ଥାଏ ଆସଇ କତି
ଫୁଲ ଦେହରେ ବସି,
କି କଥା ତାକୁ କାନରେ କୁହେ
ଫୁଲଟି ଦିଏ ହସି ।

ପୂରୁବ ଦିଗେ ନାଲି ସୂରୁଯ
ପତର ଫାଙ୍କେ ବୁଣେ ମୁରୁଜ
ବିଛେଇ ପଡେ ଖରା,
ସେହି ଖରାକୁ ଦେହେ ମାଖଇ
ମାଟିର ଏଇ ଧରା  ।

ଯେତେ ଖୋଜଇ ଅଗଣା,ବିଲ
ସାଗର,ନଈ,ପାହାଡ ଖୋଲ
କେଉଁ ଦେଶ ତା` ଘର,
ଦେଖନ୍ତି ତାକୁ ଥରିଏ ହେଲେ
ଠିକଣା ଥିଲେ ତା`ର ।


ମହାନଦୀ ବିହାର, କଟକ -୪
ମୋ -   ୯୪୩୭୫୯୬୭୫୧

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:55:15

ଅତି ସୁନ୍ଦର ହେଇଛି କବିତାଟି

ଦୀନବନ୍ଧୁ କର ।

01-10-2025 / 15:07:36

ମନଛୁଆଁ କବିତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion